16 ୪:୧୬ ଗାଲାତିୟ ୩:୭. ଏନାମେନ୍ତେ ପାର୍ମେଶ୍ୱାର୍ଆଃ ବାନାର୍ସା ବିଶ୍ୱାସ୍ ଚେତାନ୍ରେ ଠାହାରାଅକାନା । ପାର୍ମେଶ୍ୱାର୍ ଆୟାଃ ସାୟାଦ୍ତେ ନେ ବାନାର୍ସାକେ ଆବ୍ରାହାମ୍ଆଃ କିଲିକକେ ଏମାକାଦ୍କଆ, ଅକନ୍କ ଆନ୍ଚୁକେକ ମାନାତିଙ୍ଗ୍ ତାନା, ଇନ୍କୁ ନାଗେନ୍ତେ ଏସ୍କାର୍ ବାନାର୍ସା ନାହାଁଲାଃ, ମେନ୍ଦ ଆବ୍ରାହାମ୍ ଲେକା ବିଶ୍ୱାସ୍ତାନ୍ ସବେନ୍କ ନାଗେନ୍ତେ ଏନା ତାନାଃ । ଚିୟାଃଚି ଆବ୍ରାହାମ୍ ଇନ୍କୁଆଃ ଆତ୍ମିକ୍ ଆପୁ ତାନିଃ ।