21 ଏନ୍ ଲେକାଗି ଆଇଙ୍ଗ୍ ନେ ଆନ୍ଚୁରେ ନାମାକାଦାଇଙ୍ଗ୍, ଆଇଙ୍ଗ୍ ବୁଗିନାଃ କାମିନାଙ୍ଗ୍ ସାନାଙ୍ଗ୍ତାନ୍ ଇମ୍ତା, ଏତ୍କାନ୍ କାମି ଏସ୍କାର୍ କାମିୟାଃଇଙ୍ଗ୍ । 22 ପାର୍ମେଶ୍ୱାର୍ଆଃ ଆନ୍ଚୁ ମାନାତିଙ୍ଗ୍ ନାଗେନ୍ତେ ଆଇଁୟାଃ ସାନାଙ୍ଗ୍, 23 ମେନ୍ଦ ଆଇଁୟାଃ ମନ୍ରେ ନେ ଇଛାସାନାଙ୍ଗ୍ ବିରୁଧ୍ରେ ଆଇଁୟାଃ ହଡ଼୍ମକେ ଆକ୍ତେୟାର୍ରେତାନ୍ ଆନ୍ଚୁ ସବେନ୍ ଇମ୍ତା ଲାପାଡ଼ାଇତାନାଏ । ଆଇଁୟାଃ ହଡ଼୍ମରେ କାମିୟଃତାନ୍ ଏନ୍ ପାପ୍ କାମିକ ଆଇଙ୍ଗ୍କେ ତଲ୍କେଦ୍ତେ ଦହକାଦିୟାଁ ।