ସୁକଲ୍ ଆତ୍ମାର୍ ଦାନ୍
1 ମର୍ ବାଇମନ୍, ତମେ ସୁକଲ୍ ଆତ୍ମା ଦେବା ଦାନ୍ ବିସଇର୍ ଜାଇଟା ଲେକିରଇଲାସ୍ ସେଟା ନିକସଙ୍ଗ୍ ବୁଜା ବଲି ମୁଇ କଲିନି । 2 ତମେ ଜିସୁକେ ବିସ୍ବାସ୍ କର୍ବା ଆଗ୍ତୁ ଜିବନ୍ ନ ରଇବା ପୁତ୍ଲାମନ୍କେ ପୁଜାକରି ବାଟ୍ ବାନା ଅଇଜାଇ ରଇଲାସ୍ । 3 ସେଟାର୍ପାଇଁ ମୁଇ ଏବେ ତମ୍କେ କଇଲିନି, ଜନ୍ ଲକ୍ ସୁକଲ୍ ଆତ୍ମାର୍ ଚାଲ୍ନା ପାଇଲାଆଚେ, ସେ ଜିସୁକେ ଅବିସାପ୍ ଦେଇ ନାପାରେ । ଆରି ଜନ୍ ଲକ୍ ତାର୍ ଆତ୍ମା ପାଏନାଇ, ସେ ଜିସୁ ପର୍ମେସର୍ ବଲି କଇନାପାରେ ।
4 ୧୨:୪ ରମିୟ ୧୨:୬-୮ ସୁକଲ୍ ଆତ୍ମାର୍ ଦାନ୍ ବିନ୍ ବିନ୍ ରକାମ୍, ମାତର୍ ଜନ୍ ଆତ୍ମା ସେଟାମନ୍ ଦେଇସି ସେ ଗଟେକ୍ ସେ । 5 ସେବା ବିନ୍ ବିନ୍ ରକାମର୍, ମାତର୍ ଜନ୍ ମାପ୍ରୁ ସେବା ପାଇଲାନି, ସେ ଗଟେକ୍ ସେ । 6 କାମ୍ କର୍ବା ବପୁ ବିନ୍ ବିନ୍ ରକାମର୍, ମାତର୍ ପର୍ମେସର୍ ଗଟେକ୍ । ସେ ଆକା ସବୁକେ ବପୁ ଦେଲାନି । 7 ମାତର୍ ସବୁ ଲକର୍ ମଙ୍ଗଲ୍ ପୁରାପୁରୁନ୍ ଅଇବାକେ ବିନ୍ ବିନ୍ ଲକର୍ ବିତ୍ରେ ସୁକଲ୍ ଆତ୍ମାର୍ ବପୁ ବିନ୍ ବିନ୍ ଇସାବେ ଜାନାପଡ୍ସି ।