ଆଲାଦ୍
1 ଜଦି ମୁଇ ଲକ୍ମନର୍ ବାସାଇ କି ସରଗର୍ ଦୁତ୍ମନର୍ ବାସାଇ କାତା ଅଇବି । ମର୍ ବାଇମନ୍କେ ମୁଇ ଆଲାଦ୍ ନ କରି ବଇଲେ, ମର୍ କାତା ଚୁଚାଇସେ, ଜେନ୍ତିକି ଗଟେକ୍ ସବଦ୍ ଅଇକରି ବାଜ୍ବା ଗଁଟା ପାରା । 2 ୧୩:୨ ମାତିଉ ୧୭:୨୦;୨୧:୨୧; ମାର୍କ ୧୧:୨୩ସେନ୍ତାରି ମକେ ମାପ୍ରୁର୍ ବାକିଅ ବୁଜାଇବା ବପୁ ରଇଲେ ମିସା, କି ମୁଇ ସବୁ ବିସଇ ଜାନିରଇଲେ ମିସା, ଟିକି ନିକି ବିସଇ ବୁଜିରଇଲେ ମିସା ଆରି ମର୍ ବିସ୍ବାସ୍ ଏଡେକ୍ ଡାଟ୍ ଆଚେ ଜେ, ଡଙ୍ଗର୍ ଉଟ୍କାଇବା ପାରା ମର୍ ଡାଁଟର୍ ବିସ୍ବାସ୍ ରଇଲେ ମିସା ବାଇମନର୍ ପାଇ ଆଲାଦ୍ ନାଇ ବଇଲେ ମୁଇ ଚୁଚାଇସେ । 3 ଜଦି ମୁଇ ମର୍ ସବୁ ଦନ୍ ସଁପତି ଅର୍କିତ୍ ଲକ୍ମନ୍କେ ଦେଇରଇଲେ ମିସା, ଆରି କିରିସ୍ଟର୍ପାଇ ମର୍ ଗାଗଡ୍ ପଡାଇବାକେ ସର୍ପି ଦେଲେ ମିସା ମର୍ ଆଲାଦ୍ ନାଇ ବଇଲେ, ମର୍ପାଇ କାଇ ଲାବ୍ ନାଇ ।
4 ଆମେ ବାଇମନ୍କେ ଆଲାଦ୍ କଲେ ଦାପେ ରିସା ନ ଅଇ ଦୟା ଦେକାଇବୁ । ଆଁକାର୍ ନ ଅଇ, ବଡ୍ପନ୍ ନ ଅଇ ଲକ୍ମନ୍କେ ନିଜର୍ ତଲିଆ ନ ଦେକୁ । 5 ଆମେ କାରାପ୍ ବେବାର୍ ନ କରୁ, ନିଜେ ପାଇବାକେ ମନ୍ ନ କରୁ । ଦାପେ ବିର୍ବିରା ନ ଅଉଁ ଆରି ଆଗେ କଲା ବୁଲ୍ କାମ୍ମନର୍ ଇସାବ୍ ନ କରୁ । 6 ଆମେ ଦରମ୍ ନଇଲାଟାକେ ଦେକି ସାର୍ଦା ନ ଅଉଁ, ମାତର୍ ସତ୍ ଟାନେ ସାର୍ଦା ଅଇବୁ । 7 ସବୁ ବିସ୍ବାସ୍ କର୍ବୁ, ସବୁଟା ଆସାକର୍ବୁ, ସବୁବିସଇ ମୁରଚ୍ବାଟା ନ ଚାଡୁ ।