4 ଆମେ ବାଇମନ୍କେ ଆଲାଦ୍ କଲେ ଦାପେ ରିସା ନ ଅଇ ଦୟା ଦେକାଇବୁ । ଆଁକାର୍ ନ ଅଇ, ବଡ୍ପନ୍ ନ ଅଇ ଲକ୍ମନ୍କେ ନିଜର୍ ତଲିଆ ନ ଦେକୁ । 5 ଆମେ କାରାପ୍ ବେବାର୍ ନ କରୁ, ନିଜେ ପାଇବାକେ ମନ୍ ନ କରୁ । ଦାପେ ବିର୍ବିରା ନ ଅଉଁ ଆରି ଆଗେ କଲା ବୁଲ୍ କାମ୍ମନର୍ ଇସାବ୍ ନ କରୁ । 6 ଆମେ ଦରମ୍ ନଇଲାଟାକେ ଦେକି ସାର୍ଦା ନ ଅଉଁ, ମାତର୍ ସତ୍ ଟାନେ ସାର୍ଦା ଅଇବୁ । 7 ସବୁ ବିସ୍ବାସ୍ କର୍ବୁ, ସବୁଟା ଆସାକର୍ବୁ, ସବୁବିସଇ ମୁରଚ୍ବାଟା ନ ଚାଡୁ ।
Publicidade