55 ତେବେ ଆମେ କଇ ପାର୍ବୁ,
ଅଇରେ ମରନ୍ ! ତୁଇ କେନେ ଜିତ୍ଲୁସ୍ ?
ଅଇରେ ମରନ୍ ! କେନେ ତର୍ ବପୁ ?
56 ଆମର୍ ପାପେଅନି ଆମ୍କେ ବାଦ୍ବା ବପୁ ମରନ୍ ପାଇଲା ଆଚେ । ଆରି ପର୍ମେସରର୍ ନିୟମ୍ ନ ମାନ୍ଲାତେଇଅନି ପାପ୍ ବପୁ ପାଇସି । 57 ମାତର୍ ଆମେ ପର୍ମେସର୍କେ ଦନିଅବାଦ୍ ଦେଲୁନି । କାଇକେବଇଲେ ଆମର୍ ମାପ୍ରୁ ଜିସୁ କିରିସ୍ଟ କଲା କାମେଅନି ପାପ୍କେ ଆରି ମରନ୍କେ ଆରାଇବା ବପୁ ସେ ଆମ୍କେ ଦେଲାଆଚେ ।