14 ମାତର୍ ସୁକଲ୍ଆତ୍ମା ନ ପାଇ ରଇବା ଲକ୍, ଆତ୍ମାର୍ ବିସଇ ନ ମାନେ, ମାତର୍ ସେଟାମନ୍ ତାର୍ପାଇ ଗଟେକ୍ କାଇଟା ନାଜାନ୍ବା ବକୁଆ ପାରା, ଆରି ସେ ସେଟା ବୁଜି ନାପାରେ, କାଇକେବଇଲେ ସେ ସବୁ ବିସଇ ସୁକଲ୍ ଆତ୍ମା ସିକାଇଲେ ସେ ବୁଜିଅଇସି । 15 ମାତର୍ ଜନ୍ଲକ୍ମନ୍ ଆତ୍ମା ପାଇଆଚତ୍, ସେ ସବୁ ବିସଇର୍ ମୁଲିଅ, ସତ୍ ବାବେ ବିଚାର୍ କର୍ସି । ଏଲେ ମିସା ତାକେ କେ ବିଚାର୍ ନ କରତ୍ । 16 ସାସ୍ତରେ ଲେକା ଅଇଲାପାରା କେ ମିସା ମାପ୍ରୁର୍ ମନର୍ କାତା ଜାନି ନାପାରତ୍, କି କେ ମିସା ତାକେ ସିକାଇ ନାପାରତ୍ ।
ମାତର୍ ଆମେ କିରିସ୍ଟର୍ ମନ୍ ପାଇଆଚୁ ।