15 ତମର୍ ଗାଗଡ୍ କିରିସ୍ଟର୍ ଗାଗ୍ଡେ ମିସିକରି ଆଚେ, ଏଟା କାଇ ତମେ ନାଜାନାସ୍ କି ? ତେବେ ମୁଇ କାଇ କିରିସ୍ଟର୍ ଗାଗଡର୍ ଗଟେକ୍ ବାଗ୍ ନେଇକରି ବେସିଆର୍ ଗାଗ୍ଡେ ମିସାଇବି କି ? ନାଇ, ସେନ୍ତାରି କେବେ ମିସା ନ ଅ । 16 ମାତର୍ ଜେ ବେସିଆ ସଙ୍ଗ୍ ମିସ୍ସି, ସେ ତାର୍ ସଙ୍ଗ୍ ଗଟେକ୍ ଗାଗଡ୍ ଅଇସି । ଏଟା ତମେ ନାଜାନାସ୍ କି ? କାଇକେବଇଲେ ଲେକା ଅଇଆଚେ, ସେ ଦୁଇଲକ୍ ଜାକ ଗଟେକ୍ ଅଇବାଇ । 17 ମାତର୍ ଜେ ମାପ୍ରୁର୍ ସଙ୍ଗ୍ ମିସ୍ସି, ତାର୍ ଆତ୍ମା ଆରି ମାପ୍ରୁର୍ ଆତ୍ମା ଗଟେକ୍ ଅଇଜାଇସି ।
18 ବେବିଚାର୍ କାମେଅନି ଦୁରିକେ ରୁଆ । ଲକ୍ମନ୍ କାଇ ବିନ୍ ପାପ୍ କଲେ ମିସା, ସେଟା ତାର୍ ଗାଗଡର୍ ବିରୁଦେ ନଏଁ । ମାତର୍ ଜେ ବେବିଚାର୍ କାମ୍ କର୍ସି, ସେ ନିଜର୍ ଗାଗଡ୍ ବିରୁଦେ ପାପ୍ କର୍ସି । 19 ମନେ ରଅ, ତମର୍ ଗାଗଡ୍ ସୁକଲ୍ ଆତ୍ମା ରଇବା ମନ୍ଦିର୍, ଜନ୍ ଆତ୍ମା ତମର୍ ବିତ୍ରେ ବାସା ଅଇଲାଆଚେ, ସେଟା ପର୍ମେସରର୍ ଟାନେଅନି ମିଲାଇ ଆଚାସ୍ । ତମେ ନିଜେ, ନିଜର୍ ନୁଆସ୍ ମାତର୍ ପର୍ମେସରର୍ । 20 କାଇକେବଇଲେ ପର୍ମେସର୍ ତମ୍କେ ଜବର୍ ଦାମ୍ ଦେଇକରି ଗେନିଆଚେ, ସେଟାର୍ ପାଇ ତମର୍ ଗାଗ୍ଡର୍ କାମ୍ ସଙ୍ଗ୍ ପର୍ମେସରର୍ ମଇମା କରା ।