12 ଏବେ ମୁଇ ବିସ୍ବାସିମନ୍ ଜେ କି ବିସ୍ବାସ୍ ନ କଲାଟାମନ୍କେ ବିବା ଅଇଆଚତ୍, ସେମନ୍କେ କଇଲିନି, ମୁଇ କଇନାଇ ମାପ୍ରୁ କଇଲାନି, । ଜଦି ଗଟେକ୍ ବିସ୍ବାସି, ବିସ୍ବାସ୍ ନଇଲା ମାଇଜିକେ ବିବା ଅଇଲାଆଚେ, ଆରି ସେ ମାଇଜି ତାର୍ ସଙ୍ଗ୍ ମିସି ରଇବାକେ ମନ୍ କର୍ସି ବଇଲେ, ସେ ବାଇ ତାକେ ନ ଚାଡ । 13 ଆରି ଜନ୍ ବିସ୍ବାସି ମାଇଜି ବିସ୍ବାସ୍ ନ କଲା ମୁନୁସ୍କେ ବିବାଅଇରଇସି, ଆରି ସେ ତାର୍ସଙ୍ଗ୍ ମିସି ରଇବାକେ ମନ୍ କର୍ସି, ତେବେ ସେ ନିଜର୍ ମୁନୁସ୍କେ ନ ଚାଡ । 14 କାଇକେବଇଲେ ଜଦି ତମେ ଗଟେକ୍ ବିସ୍ବାସି ମାଇଜି, ବିସ୍ବାସ୍ ନ କର୍ବା ମୁନୁସ୍କେ ବିବା ଅଇଆଚାସ୍, ତର୍ ମୁନୁସ୍ ତର୍ ସଙ୍ଗ୍ ମିସ୍ଲାର୍ପାଇ ତାକେ ପର୍ମେସର୍ ତାର୍ ନିଜର୍ ସୁକଲ୍ ଲକ୍ କଲାଆଚେ । ସେନ୍ତାରିସେ ବିସ୍ବାସ୍ ନ କରିରଇବା ମାଇଜିକେ, ପର୍ମେସର୍ ଡାକ୍ଲା ଆଚେ । କାଇକେବଇଲେ ସେ ବିସ୍ବାସ୍ କର୍ବା ମନସ୍ ସଙ୍ଗ୍ ମିସ୍ଲା ଆଚେ । ଏନ୍ତାରି ନ ରଇଲେ ତମର୍ ପିଲାମନ୍ ବିସ୍ବାସ୍ ନ କର୍ବା ଲକର୍ ପିଲାମନର୍ପାରା ଅଇତାଇ । ମାତର୍ ଏବେ ସେମନ୍କେ ମିସା ପର୍ମେସର୍ ତାର୍ ନିଜର୍ ଲକ୍ କଲାଆଚେ ।