32 ମାତର୍ ତମେ ଏ ବିସଇନେଇ ତେରେପେତେ ଉଆନାଇ । ବିବା ନ ଅଇଲା ଲକ୍ମନ୍ ସବୁବେଲେ ମାପ୍ରୁର୍ ସେବା କାମ୍ କର୍ବାକେ ମନ୍ କର । କାଇକେବଇଲେ ମାପ୍ରୁକେ ସାର୍ଦା କରାଇବାଟା ତାର୍ ମୁକିଅ କାମ୍ । 33 ମାତର୍ ଜେ ବିବାଅଇଆଚେ, ସେ ଏ ଜଗତର୍ ସବୁ ବିସଇନେଇ ଚିନ୍ତା କର୍ସି । କାଇକେବଇଲେ ସେ ତାର୍ ମାଇଜିକେ ସାର୍ଦାସଙ୍ଗ୍ ରକ୍ବାକେ ମନ୍ କର୍ସି । 34 ସେନ୍ତିସେ ତାର୍ ମନ୍ ଦୁଇବାଟେ ଜିକ୍ଟାନ୍ ଅଇଲାନି । ବିବା ନ ଅଇଲା ମାଇଜି କି ଦାଙ୍ଗ୍ଡି ମାପ୍ରୁର୍ କାମର୍ ବିସଇ ଚିନ୍ତା କର୍ସି । କାଇକେବଇଲେ ସେ ତାର୍ ଗାଗଡ୍ ଆରି ଆତ୍ମା ପର୍ମେସର୍କେ ସର୍ପି ଦେବାକେ ମନ୍ କର୍ସି । ମାତର୍ ବିବା ଅଇଲା ମାଇଜି ଏ ଜଗତର୍ ସବୁଦିନର୍ ବିସଇ ଚିନ୍ତା କର୍ସି । କାଇକେ ବଇଲେ ତାର୍ ମୁନୁସ୍କେ ସାର୍ଦା କର୍ବାକେ ସେ ବାବ୍ତେ ରଇସି ।
35 ଏ କାତା ମୁଇ ତମ୍କେ ନିଜର୍ ମଙ୍ଗଲର୍ ପାଇ କଇଲିନି । ତମ୍କେ ଆଦେସ୍ ମାନ୍ବାକେ ଦେଇ ନାଇ ମାତର୍ ତମେ ଜେନ୍ତିକି ସତ୍ ବାବେ ଚଲାଚଲ୍ତି କରି ଏନେତେନେ ଚିନ୍ତା ନ ଅଇକରି ପୁରାପୁରୁନ୍ ବାବେ ମାପ୍ରୁକେ ସର୍ପି ଅଇବାକେ କଇଲିନି ।