24 ଆରାଜିତା ଟାନେ ପାଲାଇବା ଲକ୍ ବେସି ଆଚତ୍, ଏଟା ସତ୍ । ମାତର୍ ଗଟେକ୍ ଲକ୍କେସେ ପୁରୁସ୍କାର୍ ମିଲ୍ସି । ଏଟା ତମେ ଜାନିଆଚାସ୍ । ତମେ ମିସା ପୁରୁସ୍କାର୍ ପାଇଲା ପାରା ପାଲାଆ । 25 ଜେ ପାଲାଇବାଟାନେ ବାଗ୍ ନେଇସି, ସେ ଅବିଆସ୍ କରି, ତାର୍ ଗାଗଡ୍ ଡାଟ୍ କରିରଇସି । ଆରି ସେ ଦାପେ ନସିଜିବା ପୁରୁସ୍କାର୍ ମିଲାଇବାକେ ସେଟା କର୍ସି । ମାତର୍ ଆମେ, କେବେ ମିସା ନ ନସ୍ବା ପୁରୁସ୍କାର୍ ପାଇବାକେ, ସେଟା କଲୁନି । 26 ମୁଇ ଏନେତେନେ ନ ଦେକି ସାରାସାରି କେଟ୍ବାଟାନେ ପାଲାଇବା ଲକର୍ ପାରା ଆଚି । ମୁଇ ଗଟେକ୍ ବିଦା ସଙ୍ଗ୍ ଜୁଇଦ୍ କର୍ବା ଲକର୍ପାରା, ଜେକି ତାର୍ ବିଦା ମାର୍ଲେ ପାଇସି ଆକା । 27 ମୁଇ କସ୍ଟ ମୁର୍ଚିକରି ଗାଗଡ୍ ମେଲା ଚାଡିନାଇ । କାଇକେ ବଇଲେ ବିନ୍ ଲକ୍ମନର୍ ଲଗେ ସୁବ୍କବର୍ ଜାନାଇରଇଲେ ମିସା ମକେ ଜେନ୍ତିକି ନାଇବଲିକରି ନ କଅତ୍ ।
Publicidade