12 ଏ ଆଲାଦର୍ ପିଲାମନ୍, ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ କିରିସ୍ଟର୍ ଲାଗି ତମର୍ ପାପ୍ କେମା ଅଇଲାଆଚେ । 13 ଏ ବଡ୍ଲକ୍ମନ୍, ମୁଇ ତମ୍କେ ଲେକ୍ଲିନି, କାଇକେବଇଲେ ତମେ କିରିସ୍ଟକେ ଜାନିଆଚାସ୍ । କାଇଟା ତିଆର୍ ନ ଅଇବା ଆଗ୍ତୁ ସେ ରଇଲା । ଏ ଦାଙ୍ଗ୍ଡାଦାଙ୍ଗ୍ଡିମନ୍ ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ ସବୁ କାରାପ୍ କାମ୍ କରାଇବା ସଇତାନ୍କେ ତମେ ଆରାଇଆଚାସ୍ ।
14 ଏ ଆଲାଦର୍ ପିଲାଟକିମନ୍, ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ ତମେ ବାବା ପର୍ମେସର୍କେ ଜାନିଆଚାସ୍ । ଏ ବଡ୍ ଲକ୍ମନ୍ ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ ତମେ କିରିସ୍ଟକେ ଜାନ୍ବା ଲକ୍ ଅଇଆଚାସ୍ । କାଇଟା ତିଆର୍ ନ ଅଇବା ଆଗ୍ତୁ ସେ ରଇଲା । ଏ ଦାଙ୍ଗ୍ଡାମନ୍ ମୁଇ ତମ୍କେ ଲେକ୍ଲିନି, କାଇକେବଇଲେ ତମେ ବିସ୍ବାସେ ଡାଟ୍ ଅଇଆଚାସ୍ । ପର୍ମେସରର୍ ବାକିଅ ସବୁବେଲେ ତମର୍ ମନେ ଆଚେ । ଆରି ସବୁ ରକାମ୍ ପାପ୍ କାମ୍ କରାଇବା ସଇତାନ୍କେ ଆରାଇଆଚାସ୍ ।
15 ମୁଇ ତମ୍କେ କଇଲିନି ଏ ଜଗତର୍ ଚଲାଚଲ୍ତି ଆରି ତେଇରଇବା ସବୁ କାରାପ୍ ବିସଇ ଆଲାଦ୍ କରାନାଇ । କାଇକେବଇଲେ ଏ ଜଗତର୍ କାରାପ୍ ବିସଇର୍ ଆଲାଦ୍ କରି, ବାବା ପର୍ମେସର୍କେ ମିସା ଆଲାଦ୍ କରିନାପାରେ ।