ଜଗତ୍କେ ଆଲାଦ୍ କରାନାଇ
15 ମୁଇ ତମ୍କେ କଇଲିନି ଏ ଜଗତର୍ ଚଲାଚଲ୍ତି ଆରି ତେଇରଇବା ସବୁ କାରାପ୍ ବିସଇ ଆଲାଦ୍ କରାନାଇ । କାଇକେବଇଲେ ଏ ଜଗତର୍ କାରାପ୍ ବିସଇର୍ ଆଲାଦ୍ କରି, ବାବା ପର୍ମେସର୍କେ ମିସା ଆଲାଦ୍ କରିନାପାରେ । 16 ସେ କାରାପ୍ ଚଲାଚଲ୍ତି ତେଇ ଲକ୍ମନ୍ ଜାଇଟା ମନ୍ କର୍ବାଇ, ଲକ୍ମନ୍ ଦେକିକରି ଲାଲ୍ସା ଅଇବାଟା, ସବୁ ବିସଇ ରଇଲାର୍ପାଇ ବଡ୍ପନ୍ ଅଇବାଟା ଏ ସବୁ ରଇସି । ଏ ରକାମ୍ ଚଲାଚଲ୍ତି ଏ କାରାପ୍ ଜଗତର୍ ଲାଗି ଅଇଲାଆଚେ । ଆମର୍ ବାବା ପର୍ମେସର୍ ଏନ୍ତାରି କର୍ବାକେ ଆମ୍କେ ତିଆରେନାଇ ।