ଆତ୍ମା ମନ୍କେ ଚିନା
1 ଏ ଆଲାଦର୍ ବାଇବଇନିମନ୍, ଜଦି କେ ମିସା ପର୍ମେସରର୍ ଆତ୍ମା ମର୍ଟାନେ ଆଚେ, ବଲି କଇବା ଲକ୍ମନର୍ କାତା ବିସ୍ବାସ୍ କର୍ବାର୍ ନାଇ । ମାତର୍ ସେନ୍ତାରି ଲକର୍ଟାନେ ସତଇସେ ପର୍ମେସରର୍ ଆତ୍ମା ଆଚେ କି ନାଇ ଜାନ୍ବାକେ ମନ୍ଦିଆନ୍ ଦେଇ ସେ କଇବା କାତା ପରିକା କର୍ବାର୍ ଆଚେ । କାଇକେବଇଲେ ମିଚ୍ କାତା ସିକାଉମନ୍ ବେସି ଲକ୍ ବାରଇଆଚତ୍ । ପର୍ମେସରର୍ ଟାନେଅନି ମିଲାଇଲା କବର୍ ବଲି ସବୁବାଟେ ଗାଲାଇ ଆଚତ୍ । 2 ଗଟେକ୍ ଲକର୍ଟାନେ ପର୍ମେସରର୍ ଆତ୍ମା ଆଚେ କି ନାଇ ବଲି ଏନ୍ତାରି ତମେ ଜାନ୍ସା । ଜେ ଜିସୁକିରିସ୍ଟ ନର୍ରୁପ୍ ଦାରି ଏ ଜଗତେ ଆଇଲା ବଲି କଇଲେ, ତାର୍ଟାନେ ପର୍ମେସରର୍ ଆତ୍ମା ଆଚେ । 3 ମାତର୍ ଜେ କି ଏ କାତା ନ ମାନେ, ତାର୍ଟାନେ ପର୍ମେସରର୍ ଆତ୍ମା ନାଇ । ସେନ୍ତାରି ଲକ୍ମନର୍ଟାନେ କିରିସ୍ଟର୍ ବିରଦିର୍ ଆତ୍ମା ଆଚେ । ଏ ଆତ୍ମା ଜଗତେ ଆଇସି ବଲି ତମେ ସୁନିଆଚାସ୍ । ସେନ୍ତାରି ସେ ଆତ୍ମା ଆଇଲାଆଚେ । ଆରି ଏବେ ମିସା ସେଟା ଜଗତେ ଆଚେ ।