16 ପର୍ମେସର୍ ଜନ୍ ଆଲାଦ୍ ଆମର୍ପାଇଁ ଦେକାଇଆଚେ, ସେଟା ଆମେ ଜାନ୍ଲୁନି ଆରି ବିସ୍ବାସ୍ କଲୁନି ।
ସେ ସବୁବେଲେ ଲକ୍ମନ୍କେ ଆଲାଦ୍ କର୍ସି । ଜେତ୍କି ଲକ୍ ପର୍ମେସର୍କେ ଆରି ବିନ୍ ଲକ୍ମନ୍କେ ଆଲାଦ୍ କର୍ବାଇ, ସେମନ୍ ପର୍ମେସରର୍ ସଙ୍ଗ୍ ମିସିଆଚତ୍ । ଆରି ସେ ମିସା ତାକର୍ ସଙ୍ଗ୍ ଆଚେ । 17 ପର୍ମେସର୍ ଆମ୍କେ ଦେଇ ବିନ୍ ଲକ୍ମନ୍କେ ଆଲାଦ୍ କର୍ବା କାମ୍ କଲାଆଚେ । ଜେନ୍ତିକି ସେ ସବୁକେ ବିଚାର୍ନା କର୍ବା ଦିନେ ଆମେ ଡରିକରି ନ ରଉଁ । କିରିସ୍ଟ ଏ ଜଗତେ ରଇଲାବେଲେ, ଜେନ୍ତି ଚଲାଚଲ୍ତି କର୍ତେରଇଲା, ସେନ୍ତାରିସେ ଆମେମିସା ଚଲାଚଲ୍ତି କରୁ । ଆରି ଆମେ ଡରିକରି ନ ରଉଁ । 18 ଜେ ପର୍ମେସର୍କେ ଆଲାଦ୍ କର୍ସି, ସେ ତାକେ ନ ଡରେ । ତାର୍ ଆଲାଦ୍ ଆମର୍ ବିତ୍ରେ କାମ୍ କର୍ସି, ଆମେ ତାକେ ଡରିନଏଁ । ସେ ସେମନ୍କେ ଡଣ୍ଡ୍ ଦେଇସି ବଲି ଲକ୍ମନ୍ ତାକେ ଡର୍ଲାଇନି । ଜଦି କେ ମିସା ପର୍ମେସର୍କେ ଡର୍ସି, ତାର୍ ଆଲାଦ୍ ସେ ଲକର୍ଟାନେ କାମ୍ କରେନାଇ ବଲି ଜାନାପଡ୍ସି ।