19 ଆମେ ତାକେ ଆଲାଦ୍ କର୍ବା ଆଗ୍ତୁ ପର୍ମେସର୍ ଆମ୍କେ ଆଲାଦ୍ କଲା । ସେଟାର୍ପାଇଁ ଆମେ ତାକେ ଆଲାଦ୍ କଲୁନି । 20 ଜଦି କେ ମିସା ମୁଇ ପର୍ମେସର୍କେ ଆଲାଦ୍ କଲିନି ବଲି କଇସି, ମାତର୍ ନିଜର୍ ବିସ୍ବାସି ବାଇବଇନିକେ ଗିନ୍ କର୍ସି, ସେନ୍ତାର୍ଆଲେ ସେ ମିଚ୍ କଇଲାନି । କାଇକେବଇଲେ ଦୁଇଟା ଆଁକିତେଇ ଡିସ୍ବା ବାଇବଇନିମନ୍କେ ଆଲାଦ୍ ନ କର୍ବା ଗଟେକ୍ ଲକ୍, ନ ଡିସ୍ବା ପର୍ମେସର୍କେ ଆଲାଦ୍ କରିନାପାରେ ।