6 ଚନେକର୍ପାଇ ତମର୍ ଜିବନେ ବିନ୍ ବିନ୍ ଦୁକ୍କସ୍ଟ ଆଇଲାକେ ମୁର୍ଚିକରି ରଇବାକେ ପଡ୍ଲେ ମିସା, ସେଟାର୍ପାଇଁ ତମେ ସାର୍ଦା ଅଇକରି ରୁଆ । 7 ତମର୍ ଜିବନେ ଆଇଲା ଦୁକ୍କସ୍ଟ ସବୁ ତମର୍ ବିସ୍ବାସ୍ ସତ୍ଆଚେ କି ନାଇ ବଲି ପରିକା କର୍ବାକେସେ । ସୁନାର୍ ବିସଇ ବାବିଦେକା, ଏ ଜଗତର୍ ସବୁ ବିସଇର୍ପାରା ସୁନା ମିସା ନସିଜାଇସି । ସୁନା ନିକଟା କି କାରାପ୍ଟା ବଲି ଜାନ୍ବାକେ ଜଇଟାନେ ସିଲାଇବାଇ । ତମର୍ ବିସ୍ବାସ୍ ସୁନାଟାନେଅନି ଅଦିକ୍ ମୁଲିଅ । ସେନ୍ତାର୍ଆଲେ ତମର୍ ବିସ୍ବାସ୍ ନିକଟା କି ନାଇ ବଲି ପରିକା କର୍ବାର୍ ଆଚେ । ତମର୍ ବିସ୍ବାସ୍ ଜଦି ନିକଟା, ଜିସୁ କିର୍ସଟ୍ ଦେକା ଅଇବା ସେ ଦିନେ ତମେ ଡାକ୍ପୁଟା ଆରି ମଇମା ପାଇସା । 8 ଏବେ ତମେ ତାକେ ନ ଦେକିରଇଲେ ମିସା ଆଲାଦ୍ କଲାସ୍ନି ଆରି ବିସ୍ବାସ୍ କଲାସ୍ନି । ସେଟାର୍ପାଇଁ ତମର୍ ସାର୍ଦା ବେସି ବଡ୍ । 9 ତମେ ବିସ୍ବାସ୍ କଲାର୍ପାଇ ତମ୍କେ ସର୍ଗେ ନ ସାର୍ବା ଜିବନ୍ ଆଚେ ।
Publicidade