ମାଇଜି ମୁନୁସର୍ ପାଇ ସିକିଆ
1 ୩:୧ ଏପିସିୟ ୫:୨୨; କଲସିଅ ୩:୧୮ ସେନ୍ତାରିସେ ତମେ ବିବାଅଇ ରଇବା ଏ ମାଇଜିମନ୍, ନିଜର୍ ନିଜର୍ ମୁନୁସ୍ମନର୍ କାତାମାନିକରି ରୁଆ । କାଇକେବଇଲେ ତାକର୍ ବିତ୍ରେ କେ ଜଦି ପର୍ମେସରର୍ ବାକିଅ ବିସ୍ବାସ୍ ନ କରିରଅତ୍, ତମର୍ ନିକ ଚଲାଚଲ୍ତି ଦେକିକରି ସେମନ୍ ମିସା ମନ୍ ବାଦ୍ଲାଇବାଇ । ତମ୍କେ ପଦେକ୍ କଇବାକେ ନ ପଡେ । 2 କାଇକେବଇଲେ ତମର୍ ସୁଆଲ୍ ଚଲାଚଲ୍ତି ଆରି ପର୍ମେସର୍କେ ମାନିକରି ରଇବାଟା ସେମନ୍ ଦେକ୍ବାଇ ।