ମାଇଜି ମୁନୁସର୍ ପାଇ ସିକିଆ
1 ୩:୧ ଏପିସିୟ ୫:୨୨; କଲସିଅ ୩:୧୮ ସେନ୍ତାରିସେ ତମେ ବିବାଅଇ ରଇବା ଏ ମାଇଜିମନ୍, ନିଜର୍ ନିଜର୍ ମୁନୁସ୍ମନର୍ କାତାମାନିକରି ରୁଆ । କାଇକେବଇଲେ ତାକର୍ ବିତ୍ରେ କେ ଜଦି ପର୍ମେସରର୍ ବାକିଅ ବିସ୍ବାସ୍ ନ କରିରଅତ୍, ତମର୍ ନିକ ଚଲାଚଲ୍ତି ଦେକିକରି ସେମନ୍ ମିସା ମନ୍ ବାଦ୍ଲାଇବାଇ । ତମ୍କେ ପଦେକ୍ କଇବାକେ ନ ପଡେ । 2 କାଇକେବଇଲେ ତମର୍ ସୁଆଲ୍ ଚଲାଚଲ୍ତି ଆରି ପର୍ମେସର୍କେ ମାନିକରି ରଇବାଟା ସେମନ୍ ଦେକ୍ବାଇ । 3 ୩:୩ ୧ମ ତିମତି ୨:୯ବିନ୍ ମାଇଜିମନ୍ ଜେନ୍ତାରିକି, ପିନ୍ଦାଅଡା ଅଇକରି, ସୁନାବାନା ପିନ୍ଦିକରି, ଚେଣ୍ଡି ସାଜାଡିକରି, ନିଜେ ସୁନ୍ଦର୍ ଅଇବାଇ, ତମେ ସେନ୍ତାରି ଉଆନାଇ । 4 ମାତର୍ ମନ୍ବିତ୍ରେ ସୁଆଲେ ରଇକରି ଆତ୍ମାଇ ସୁସାରେ ରଇବା ଗଟେକ୍ ମାଇଜି ପର୍ମେସର୍ ଦେକ୍ବା ଇସାବେ ସୁନ୍ଦର୍ । ସେନ୍ତାରି ସୁନ୍ଦର୍ ରଇବାଟା ବେସି ମୁଲିଅ ଆରି ସବୁଦିନର୍ପାଇ ରଇସି । 5 ପୁର୍ବେ ରଇବା ସୁକଲ୍ ମାଇଜିମନ୍ ଏନ୍ତାରିସେ ସେମନ୍ ଆସା କର୍ବାଟା ପର୍ମେସର୍କେ ସର୍ପିଦେଇ ନିଜର୍ ମୁନୁସ୍ମନର୍ କାତା ମାନିକରି ସୁନ୍ଦର୍ ଅଇତେରଇଲାଇ । 6 ପୁର୍ବେ ସାରା ସେନ୍ତାରି କର୍ତେରଇଲା । ସେ ତାର୍ ମନସ୍ ଅବ୍ରାଆମ୍କେ ନିଜର୍ ସାଉକାର୍ ଇସାବେ କାତା ମାନିକରି ରଇଲା । ତମେ ଜଦି ସତ୍କାମ୍ କରି କାଇଟାର୍ ପାଇ ଡରି ନ ରଇଲେ, ତମ୍କେ ମିସା ତାର୍ ଟକିମନ୍ ଇସାବେ ଲେକା କର୍ସି ।