10 ସାସ୍ତରେ ଲେକା ଅଇଲାପାରା,
"ଗଟେକ୍ ଲକ୍ ଜଦି ତାର୍ ଜିବନେ ସାର୍ଦାର୍ ଦିନ୍
ଆରି ମଙ୍ଗଲର୍ ଦିନ୍ ଦେକ୍ବିବଲି ମନ୍କଲେ,
ସେ କାରାପ୍ କାତା ନ କଅ
ଆରି ମିଚ୍ କାତା ନ କଅ।
11 "ସେ କରାପ୍ କାମ୍ ଚାଡିକରି, ନିକ ବିସଇ କର୍ବାର୍ ଆଚେ ।
ତାର୍ ସଙ୍ଗର୍ ଲକର୍ ସଙ୍ଗ୍ ସୁସାରେ ରଇବାର୍ଆଚେ ।"