8 ଜାଗର୍ତା ଅଇକରି ଜାଗିରୁଆ, କାଇକେବଇଲେ ଆମର୍ ସତ୍ରୁ ସଇତାନ୍ କାକେ ମିସା ଗିଲ୍ବି ବଲି ଅଡ୍ରି ବୁଲ୍ଲାନି । 9 ବିସ୍ବାସେ ଡାଟ୍ ରଇକରି ତାକେ ବିରଦ୍ କରା । ଗୁଲାଇ ଦୁନିଆଇ ରଇବା ତମର୍ ବିସ୍ବାସି ବାଇବଇନିମନ୍, ଏନ୍ତାରି ଦୁକ୍ କସ୍ଟ ପାଇ ମୁରଚ୍ଲାଇନି ବଲି ତମେ ଜାନିଆଚାସ୍ । 10 ଚନେକର୍ ଆଇବା ଦୁକ୍କସ୍ଟ ମୁର୍ଚି ସାରାଇଲେ, ତମ୍କେ ପର୍ମେସର୍ କାଇ ଦସ୍ ନ ରଇବା, ତାର୍ ସିଦ୍ ଲକ୍ କୁରାଇସି । ତମର୍ ବିସ୍ବାସ୍ ଡାଟ୍ ଅଇବାକେ ସେ ତମ୍କେ ବପୁ ଦେଇସି । ଆରି ତମ୍କେ ନିକ କୁନାଦି ପାରା ତିଆର୍ କର୍ସି । କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ, ତାର୍ ନ ସାର୍ବା ମଇମାତେଇ ମିସ୍ବାକେ ତମ୍କେ ଡାକ୍ଲାଆଚେ । ସେ ତମ୍କେ ଜିବନ୍ ଦୁକାଇ ଦୟା କରି ଏ ସବୁ ବିସଇ କଲାଆଚେ ।
Publicidade
Publicidade