ପାର୍ତନାର୍ ନିୟମ୍
1 ପର୍ତୁମ୍ ବିସଇ ତମ୍କେ ଡାଟ୍ସଙ୍ଗ୍ କଇଲିନି, ସେଟା ଅଇଲାନି ସବୁର୍ଟାନେଅନି ମୁକିଅ ବିସଇ । ସବୁ ଲକ୍ମନର୍ପାଇ ପର୍ମେସର୍କେ ଗୁଆରି କରା । ସେମନର୍ପାଇ ପାର୍ତନା କରି ମଜାଇ ଉଆ ଆରି ସେମନର୍ ପାଇ ତାକେ ଦନିଅବାଦ୍ ଦିଆସ୍ । 2 ରାଜା ମନ୍କେ ଆରି ଅଦିକାରେ ରଇକରି ସାସନ୍ କର୍ବା ଲକ୍ମନର୍ପାଇ ପାର୍ତନା କରା । ସେନ୍ତାରି କଲେ କାଇଟା ନ ଅଇତେ ସାନ୍ତିସଙ୍ଗ୍ ରଇପାର୍ସା । ଆରି ଆମେ କାକେ ନ ଡର୍ତେ ପର୍ମେସର୍କେ ପାର୍ତନା କରି ତାର୍ ମନ୍ କଲା ଇସାବେ ଚଲାଚଲ୍ତି କରିପାର୍ବୁ । 3 ଲକ୍ମନର୍ ପାଇ ଏନ୍ତାରି ପାର୍ତନା କର୍ବାର୍ ଦର୍କାର୍ ଆକା । କାଇକେବଇଲେ ଏ ରକାମର୍ ପାର୍ତନା ଆମର୍ ଉଦାର୍କାରିଆ ପର୍ମେସର୍କେ ସାର୍ଦା କୁରାଇସି ।