5 କାଇକେବଇଲେ ଗଟେକ୍ ସେ ପର୍ମେସର୍ ଆଚେ । ଆରି ଗଟେକ୍ସେ ଲକ୍ ଆଚେ, ଜେ କି ପର୍ମେସର ଆରି ଲକ୍ମନର୍ ବିତ୍ରେ ସାନ୍ତି ଆନିପାର୍ସି । ସେ ଲକ୍ ଅଇଲାନି ଜିସୁ କିରିସ୍ଟ । 6 ସବୁଲକ୍କେ ମୁକ୍ଲାଇବାକେ ସେ ନିଜେ ସର୍ପି ଅଇଲା । ସମାନ୍ ବେଲାଇ ପର୍ମେସର୍ ତାକେସେ ବାଚ୍ଲା । ସେ ସବୁକେ ରକିଆ କର୍ବି ବଲି ମନ୍ କଲାଟା ଏନ୍ତାରି ଜାନାଇଲା ।