ମଣ୍ଡଲିର୍ ନେତାମନ୍
1 ଏ କାତା ସତ୍ ଜେ, କେ ଜଦି ମଣ୍ଡଲିଟାନେ ମୁକିଅ ପଦ୍ ପାଇବାକେ ମନ୍ କଲାନି, ତେବେ ସେ ନିମାନ୍ କାମ୍ କର୍ବାକେ ମନ୍ କଲାନି । 2 ୩:୨ ତିତସ୍ ୧:୬-୯ତେବର୍ପାଇ ଜେନ୍ତିକି ତାର୍ ଜିବନେ ବିନ୍ ଲକ୍ମନର୍ କାଇ ନିନ୍ଦା ନ ରଇବାର୍ । ସେ ଗଟେକ୍ ମାଇଜି ସଙ୍ଗଇରଇବାର୍ ଆଚେ । ନିଜେ ଜାଗ୍ରତ୍ ରଇକରି, ନିଜର୍ ଜିବନେ ସୁସ୍ତା ରଇକରି, ସବୁଲକର୍ ସନ୍ମାନ୍ ପାଇକରି, ଆଇଲା ଲକ୍ମନ୍କେ ଡାକିନେବା ପାରା ଲକ୍ ଅଇକରି, ଲକ୍ମନ୍କେ ବୁଦିର୍ କାତା ସିକାଇବା ଲକ୍ ଅଇ, 3 ନ ମାତି କରି, କିରମାର୍ ନ ଅଇକରି ସାନ୍ତିସଙ୍ଗ୍ ରଇ, ଦଦାପେଲା ନ ଅଇକରି, ଦନ୍ ମିଲାଇବାକେ ଆସା ନ ଅଇକରି ରଇବାର୍ ଆଚେ । 4 ନିଜର୍ କୁଟୁମ୍କେ ନିକକରି ଚାଲାଇତେରଇବାର୍ ଆଚେ । ଆରି ତାର୍ ପିଲାଟକିମନ୍କେ ସେ ତିଆର୍ଲାଟା ମାନ୍ବାକେ ବାଦିଅ କରାଇବା ସିକିଆ ଦେଇରଇବାର୍ ଆଚେ । 5 ଜଦି କେ ମିସା ନିଜର୍ କୁଟୁମ୍କେ ଚାଲାଇବାର୍ ନାଜାନେ, ସେ କେନ୍ତି ପର୍ମେସରର୍ ମଣ୍ଡଲିର୍ ଦାଇତ୍ ନେଇପାର୍ସି ? 6 ସେ ନୁଆ ନୁଆ ବିସ୍ବାସ୍ କର୍ବା ଲକ୍ ନ ରଇବାର୍ ଆଚେ । ନଇଲେ ସେ ବଡ୍ପନିଆ ଅଇକରି ସଇତାନ୍ ଜେନ୍ତାରି ଡଣ୍ଡ୍ ପାଇଲା, ସେ ମିସା ସେନ୍ତାର୍ ଡଣ୍ଡ୍ ପାଇସି । 7 ତାର୍ ଚଲାଚଲ୍ତି ଦେକି ବିସ୍ବାସ୍ ନ କର୍ବା ଲକ୍ମନ୍ ମିସା ତାକେ ଗଟେକ୍ ସନ୍ମାନର୍ ଲକ୍ ପାରା ନାମ୍ବାର୍ ଆଚେ । ଜେନ୍ତିକି ଲକ୍ମନ୍ ତାକେ ନିନ୍ଦା ନ କରି ସଇତାନର୍ ପାନ୍ଦେ ନ ଲାଗେ ।