6 ତାର୍ ବାଦୁଲେ ଆମେ ଜେଡେବେଲେ ପର୍ମେସର୍କେ ସାର୍ଦା କରାଉଁ, ଆରି ଆମ୍କେ ଜେତ୍କି ଆଚେ ସେତ୍କି ସଙ୍ଗ୍ ସୁସ୍ତା ସଙ୍ଗ୍ ରଉଁ, ତେବେ ଆମେ ଜବର୍ ଅଇତେ ମିଲାଇଆଚୁ । 7 କାଇକେବଇଲେ ଆମେ ଜନମ୍ ଅଇଲାବେଲେ ଚୁଚାଆତେ ଆଇଲୁ, ଆରି ଜେଡେବେଲେ ମର୍ବୁ, ଚୁଚା ଆତେସେ ଉଟିଜିବୁ । 8 ତେବେ ଆମ୍କେ ଲଡାକେ ଆଇବା କାଦି ଆରି ପିନ୍ଦ୍ବାକେ ବସ୍ତର୍ ରଇଲେ ସେତ୍କିସଙ୍ଗ୍ ସୁସାରେ ରଇବାର୍ ଅଇସି ।
Publicidade