3 ଜେନ୍ତାରି କି ତମେ ବେସିଆ କାମ୍ଟାନେଅନି ବିନେ ରଇକରି, ସୁକଲ୍ ସଙ୍ଗ୍ ରଇବାଟା ପର୍ମେସର୍ ମନ୍ କଲାନି । 4 ସବୁଲକ୍ ସୁକଲ୍ ଆରି ଆଲାଦ୍ସଙ୍ଗ୍ ନିଜର୍ ନିଜର୍ ମାଇଜିମନର୍ ସଙ୍ଗ୍ ରଇବାକେ ସିକା । 5 ଆରି, ଜେନ୍ତିକି ବିସ୍ବାସ୍ ନ କଲା ଲକ୍ମନର୍ପାରା ପର୍ମେସରର୍ ବାକିଅ ନ ମାନିକରି ଆସାର୍ କାମ୍ କରାନାଇ । 6 ଜେ ଜଦି ଏ ବିସଇ ନ ମାନିକରି କନ୍ ବିସ୍ବାସି ବାଇକେ ମିସା ଅନିଆଇ କର୍ସି ବଇଲେ, ମାପ୍ରୁ ଏ ସବୁ ବିସଇ ନେଇ ଡଣ୍ଡ୍ ଦେଇସି । ଏ କାତା ଆମେ ପୁର୍ବେ ଜାନାଇଦେଇ ଆଚୁ । 7 କାଇକେବଇଲେ ପର୍ମେସର୍ ଆମ୍କେ ସୁକଲ୍ ନ ଅଇକରି ଜିଉନା କାଉନା କର୍ବାକେ ଡାକେନାଇ ମାତର୍ ସୁକଲ୍ ଅଇ ରଇବାକେ ଡାକିଆଚେ ।
Publicidade
Publicidade