4 ଜନ୍ ଆତ୍ ଆତିଆର୍ ସଙ୍ଗ୍ ଆମେ ଜୁଜ୍ଲୁନି, ସେଟା ଲକ୍ମନର୍ଟାନେଅନି ଆସେନାଇ, ମାତର୍ ସେଟା ବେସି ବପୁର୍ ସଙ୍ଗ୍ ରଇବା ପର୍ମେସରର୍ ଟାନେଅନି ଆଇସି । ଏ ବପୁ ସଙ୍ଗ୍ ପର୍ମେସରର୍ ବିରୁଦେ ତାର୍ ସତ୍ରୁମନ୍ ଉଟାଇରଇବା ଡାଁଟର୍ କତି ଜାକ ଆରି ଲକ୍ମନର୍ ମନ୍ ବିତ୍ରେ ଦଦାପେଲା ଅଇବା ଚିନ୍ତା ସବୁ ଆମେ ଆରାଇପାର୍ବୁ । 5 ବଡ୍ପନ୍ ଅଇବା ଲକ୍ମନ୍ ପର୍ମେସରର୍ ବିରୁଦେ ନିଜ୍କେ ଉଟାଇବାଟା ଆରି ଜେତ୍କି ସବୁ ଚିନ୍ତା ପର୍ମେସରର୍ ଗିଆନ୍ ଉପ୍ରେ ଉଟ୍ସି, ସେଟା ସବୁ ଜାକ ଆମେ ବାନ୍ଦିକରି କିରିସ୍ଟକେ ମାନତ୍ ବଲି ସର୍ପାଇବୁ ।
Publicidade
Publicidade