23 ୧୧:୨୩ ପେରିତ୍ ୧୬:୨୩ସେମନ୍ ଜଦି ଆମେ କିରିସ୍ଟର୍ ଦାଙ୍ଗ୍ଡା ବଇଲେ, ମୁଇ ମିସା ଗଟେକ୍ ଦାଙ୍ଗ୍ଡା । ମାତର୍ ସେମନର୍ ଟାନେ ଅନି ମୁଇ ଅଦିକ୍ ନିକ ଦାଙ୍ଗ୍ଡା । ନିଜ୍କେ ବଡ୍ କରାଇ ମୁଇ ଗଟେକ୍ ବାୟାଲକର୍ ପାରା କାତା ଅଇଲିନି ବଲି ଜାନିଆଚି । ମୁଇ ତାକର୍ଟାନେ ଅନି ଅଦିକ୍ ଆବଡ୍ କାମ୍ କରିଆଚି, ଅଦିକ୍ ତର୍ ବନ୍ଦିଗରେ ରଇଆଚି, ଅଦିକ୍ ତର୍ ମାଡ୍ କାଇଆଚି, ଅଦିକ୍ ତର୍ ମଲାସମାନ୍ ଅଇଜାଇରଇଲି । 24 ମୁଇ ଜିଉଦି ଲକ୍ମନର୍ଟାନେଅନି ପାଁଚ୍ପାଲି ତିରିସ୍ ନ ଡାଙ୍ଗ୍ ମାଡ୍କାଇ ଆଚି । 25 ୧୧:୨୫ ପେରିତ୍ ୧୬:୨୨; ପେରିତ୍ ୧୪:୧୯ରମିଅମନର୍ଟାନେ ତିନ୍ତର୍ କର୍ଡା ସଙ୍ଗ୍ ମାଡ୍କାଇ ଆଚି । ଗଟେକ୍ତର୍ ସେମନ୍ ମକେ ପାକ୍ନା ମାର୍ଲାଇ । ମୁଇ ଜନ୍ ଜାଜେ ଜାଇତେରଇଲି, ସେ ଜାଜ୍ ତିନ୍ତର୍ ବୁଡି ଜାଇରଇଲା । ତରେକ୍ ମର୍ ଜାଜ୍ ନସିଗାଲାକେ ମୁଇ ଗଟେକ୍ ଦିନ୍ ଆରି ଗଟେକ୍ ରାତି, ସମ୍ଦୁରେ ଉପ୍କି ଅଇ ରଇଲି । 26 ୧୧:୨୬ ପେରିତ୍ ୯:୨୩; ପେରିତ୍ ୧୪:୫ମୁଇ ଜିବାବେଲେ ବାଟେ, ମର୍ ମୁଆଟେ କେତେକ୍ କେତେକ୍ ବିପଦ୍ ଆଇଲା । ଜେନ୍ତିକି, ବନିଆର୍ ବିପଦେ, ଚର୍ମନର୍ ବିପଦେ, ମର୍ ଜିଉଦି ବାଇମନର୍ ବିପଦେ, ଜିଉଦି ନ ଅଇଲା ଲକ୍ମନର୍ ବିପଦେ, ସଅରେ ଅଇରଇବା ବିପଦେ, କିନରା ଜାଗା ମନର୍ ବିପଦେ, ଡଙ୍ଗରର୍ ଜଁତ୍ ଜିଆଦ୍ ମନର୍ ବିପଦେ, ସମ୍ଦୁରେ ବନିଆ ଆଇଲାବେଲର୍ ବିପଦେ ଆରି କିରିସ୍ଟର୍ ବିସ୍ବାସିମନ୍ ବଲି ନାଡାଇ ଅଇରଇବା ଲକ୍ମନର୍ ବିପଦେ । 27 ମର୍ କାମ୍ ଆବଡ୍ କାମ୍ ଆରି ମୁଇ ସବୁବେଲେ ଆବଡ୍ କାମ୍ କଲିଆଚି । ବେସି ତର୍ ରାତିଆ ସଇ ନାପାର୍ଲି, ବୁକେ ସସେ ରଇଆଚି, ବେସି ତର୍ ମକେ କାଦି କେଟେ ନାଇ, ପିନ୍ଦ୍ବାକେ ବସ୍ତର୍ ନାଇ, କି ରଇବାକେ ଗର୍ ନ ରଇଲା । 28 ସେ ସବୁ ବିସଇ ମର୍ପାଇ ଅଇରଇଲା । ମାତର୍ ଆରି ମର୍ ବିନ୍ ବିନ୍ ଦୁକ୍ କସ୍ଟ ଆଚେ । ସବୁ ମଣ୍ଡଲିର୍ ପାଇ ଚିନ୍ତା କରି ମୁଇ ଦୁକ୍ କସ୍ଟ ପାଇଲିନି । 29 ଜଦି କିରିସ୍ଟର୍ ଲଗେ ରଇବା କାର୍ ବିସ୍ବାସ୍ ଉନା ଅଇସି ବଇଲେ ମକେ ମିସା ଦୁର୍ବଲ୍ ଲାଗ୍ସି । କେ ଜଦି ପାପ୍ କଲେ, ତାର୍ ଲାଗି ମୁଇ ବେସି ଦୁକ୍ କସ୍ଟ ପାଇଲିନି ।
30 ମୁଇ ବଡ୍ପନ୍ ଅଇ କାତା ଅଇବାକେ ମନ୍ କରିନାଇ । ଜଦି ସେନ୍ତି କର୍ବାର୍ ଆଲେ, ମକେ ଗଟିରଇବା, ଦୁକ୍ କସ୍ଟ ବିସଇନେଇ ମୁଇ ବଡ୍ପନ୍ ଅଇବି । ସେନ୍ତାର୍ଆଲେ ମୁଇ କେତେ ଦୁର୍ବଲ୍ ଆଚି ବଲି ତମେ ଜାନ୍ସା ।