24 ମୁଇ ଜିଉଦି ଲକ୍ମନର୍ଟାନେଅନି ପାଁଚ୍ପାଲି ତିରିସ୍ ନ ଡାଙ୍ଗ୍ ମାଡ୍କାଇ ଆଚି । 25 ୧୧:୨୫ ପେରିତ୍ ୧୬:୨୨; ପେରିତ୍ ୧୪:୧୯ରମିଅମନର୍ଟାନେ ତିନ୍ତର୍ କର୍ଡା ସଙ୍ଗ୍ ମାଡ୍କାଇ ଆଚି । ଗଟେକ୍ତର୍ ସେମନ୍ ମକେ ପାକ୍ନା ମାର୍ଲାଇ । ମୁଇ ଜନ୍ ଜାଜେ ଜାଇତେରଇଲି, ସେ ଜାଜ୍ ତିନ୍ତର୍ ବୁଡି ଜାଇରଇଲା । ତରେକ୍ ମର୍ ଜାଜ୍ ନସିଗାଲାକେ ମୁଇ ଗଟେକ୍ ଦିନ୍ ଆରି ଗଟେକ୍ ରାତି, ସମ୍ଦୁରେ ଉପ୍କି ଅଇ ରଇଲି । 26 ୧୧:୨୬ ପେରିତ୍ ୯:୨୩; ପେରିତ୍ ୧୪:୫ମୁଇ ଜିବାବେଲେ ବାଟେ, ମର୍ ମୁଆଟେ କେତେକ୍ କେତେକ୍ ବିପଦ୍ ଆଇଲା । ଜେନ୍ତିକି, ବନିଆର୍ ବିପଦେ, ଚର୍ମନର୍ ବିପଦେ, ମର୍ ଜିଉଦି ବାଇମନର୍ ବିପଦେ, ଜିଉଦି ନ ଅଇଲା ଲକ୍ମନର୍ ବିପଦେ, ସଅରେ ଅଇରଇବା ବିପଦେ, କିନରା ଜାଗା ମନର୍ ବିପଦେ, ଡଙ୍ଗରର୍ ଜଁତ୍ ଜିଆଦ୍ ମନର୍ ବିପଦେ, ସମ୍ଦୁରେ ବନିଆ ଆଇଲାବେଲର୍ ବିପଦେ ଆରି କିରିସ୍ଟର୍ ବିସ୍ବାସିମନ୍ ବଲି ନାଡାଇ ଅଇରଇବା ଲକ୍ମନର୍ ବିପଦେ । 27 ମର୍ କାମ୍ ଆବଡ୍ କାମ୍ ଆରି ମୁଇ ସବୁବେଲେ ଆବଡ୍ କାମ୍ କଲିଆଚି । ବେସି ତର୍ ରାତିଆ ସଇ ନାପାର୍ଲି, ବୁକେ ସସେ ରଇଆଚି, ବେସି ତର୍ ମକେ କାଦି କେଟେ ନାଇ, ପିନ୍ଦ୍ବାକେ ବସ୍ତର୍ ନାଇ, କି ରଇବାକେ ଗର୍ ନ ରଇଲା ।
Publicidade