4 ଏ ଜଗତର୍ କାରାପ୍ ସାସନ୍କାରିଆ ତାକର୍ ମନ୍ ଆନ୍ଦାର୍ କରି ଦେଇଆଚେ ଜେ, ସେମନ୍ ବିସ୍ବାସ୍ କରତ୍ ନାଇ । ଜନ୍ ଉଜଲ୍ ତାକର୍ ଉପ୍ରେ ଉଜଲ୍ ଦେଲାନି, ସେଟା ନ ଦେକ୍ବାକେ ସେ ଆଗ୍ଟିଦେଲାନି । କିରିସ୍ଟର୍ ମଇମାର୍ ଉଜଲ୍ ତାର୍ ସୁବ୍କବରେଅନି ଆଇସି । କିରିସ୍ଟ ସମାନ୍ ପର୍ମେସରର୍ ପାରାସେ ଆଚେ । 5 କାଇକେବଇଲେ ଆମେ ନିଜର୍ ବିସଇ ଜାନାଇ ଅଉନାଇ । ମାତର୍ ଜିସୁ କିରିସ୍ଟ ଜେ କି ମାପ୍ରୁ, ତାର୍ ବିସଇ ଜାନାଇଲୁନି । ଜିସୁର୍ ଲାଗି ତମର୍ ଗତିଦାଙ୍ଗ୍ଡା ଇସାବେ ଆମେ ନିଜେ ଜାନାଇଅଇଲୁନି । 6 ପର୍ମେସର୍ ଜେ କି କଇଲା "ଉଜଲ୍ ଆନ୍ଦାରେ ଅନି ଉଜଲ୍ ଦେଇସି ।" ସେ ସମାନ୍ ପର୍ମେସର୍ କିରିସଟର୍ ମୁଏ ଅନି ତାର୍ ଉଜଲ୍ ଆମର୍ ବିତ୍ରେ ଉଜଲ୍ କରାଇଲା । ଜେନ୍ତାରି କି କିରିସ୍ଟ ତେଇ ରଇବା ପର୍ମେସରର୍ ମଇମା, ଆମେ ବୁଜି ପାର୍ବୁ ।
Publicidade