7 ଆମେ ଗଟେକ୍ ମାଟି ଆଣ୍ଡି ପାରା । କାଇକେବଇଲେ ଆମ୍କେ ବପୁ ନ ରଇଲେ ମିସା ପର୍ମେସର୍ ତାର୍ ବେସି ମୁଲିଅ ରଇବା ବାକିଅ ଆମ୍କେ ସର୍ପି ଦେଲାଆଚେ । ଜେନ୍ତାରି କି ଆମ୍କେ ବପୁ ନ ରଇକରି ପର୍ମେସର୍କେସେ ବେସି ବପୁ ଆଚେ ବଲି ଲକ୍ମନ୍ ଜାନ୍ବାଇ । 8 ଆମେ ସବୁ ରକାମର୍ ଦୁକ୍କସ୍ଟ ଅଇକରି ଗାଲୁନି, ଏଲେ ମିସା କସ୍ଟ ପାଉ ନାଇ । କେବେ କେବେ କାଇଟା କର୍ବୁ ବଲି ଗିଆନ୍ ନ ରଇଲା ଲକର୍ପାରା ଅଇଲୁନି, ଅଇଲେମିସା ମନ୍ଦୁକ୍ କରୁ ନାଇ । 9 ସତ୍ରୁମନର୍ ଟାନେଅନି ଉଡା ସୁନି ସୁନି ରଇଲୁ, ଏଲେମିସା ମାପ୍ରୁ ଆମ୍କେ ଚାଡେ ନାଇ । ଆମର୍ ଗାଗ୍ଡେ କେତେକ୍ କେତେକ୍ ମାଡ୍ ଅଇଲା । ଅଇଲେ ମିସା ମାପ୍ରୁ ଆମ୍କେ ବିନାସ୍ ଅଇବାକେ ଦେଏନାଇ । 10 ଆମେ ସବୁବେଲେ ଜିସୁର୍ ମରନ୍ ଆମର୍ ଗାଗ୍ଡେ ଏତାଇଲୁନି । ଜେନ୍ତିକି ଜିସୁର୍ ଜିବନ୍ମିସା ଆମର୍ ଗାଗ୍ଡେ ଡିସ୍ସି ।
11 ଆମେ ଜିସୁର୍ ସଙ୍ଗ୍ ରଇଲାର୍ ପାଇ ବଁଚ୍ବାଜାକ ମର୍ବା ବିପଦେ ଆଚୁ । ଜେନ୍ତିକି ଲକ୍ମନ୍ ଏ ମର୍ବା ଗାଗ୍ଡେ ଜିସୁ ବଁଚିରଇବାଟା ଦେକ୍ବାଇ ।