1 ଆମର୍ ଗାଗଡ୍ ତୁମ୍ ଟାନିକରି ବାନ୍ଦିରଇବା ଗର୍ପାରା । ଆରି ଆମେ ଜାନୁ ଜେ ଜେଡେବେଲେ ମିସା ଏଟା ବାଙ୍ଗି ଜାଇସି, ତେବେ ସର୍ଗେ ରଇବାପାଇ ଆମ୍କେ ଗଟେକ୍ ଗର୍ ଆଚେ । ଏଟା ନିଜେ ପର୍ମେସର୍ ତିଆର୍ କଲାଟା । ସେଟା କେବେ ବିନାସ୍ ନ ଅଏ । ସବୁ ଦିନର୍ପାଇ ରଇସି । 2 ମାତର୍ ଆମେ ଏ ଜଗତେ ରଉ ରଉ ଏତ୍କି କସ୍ଟ ପାଇଲୁନି । ସର୍ଗେ ରଇବା ଆମର୍ ନୁଆ ଗାଗଡ୍ ଏବେଆକା ଆମ୍କେ ମିଲ ବଲି ଆମେ ମନ୍ କଲୁନି । 3 କାଇକେବଇଲେ ମଲାତେଇଅନି ଆମ୍କେ ଉଟାଇଲାବେଲେ ଆମର୍ପାଇଁ ଗଟେକ୍ ଗାଗଡ୍ ଦର୍କାର୍ ଆଚେ । 4 ଏ ଜଗତେ ଆମେ ବଁଚି ରଇଲାବେଲେ, ଇତିର୍ ଗାଗଡ୍ ନେଇକରି ଜେତ୍କି ଦୁକ୍ କସ୍ଟ ପାଇବାର୍ ଆଚେ, ସେଟା ସବୁ ବଇକରି ଆଉଜି ଗାଲୁନି । ମାତର୍ ଏ ଗାଗଡ୍ ଚାଡ୍ବାକେ ଆମେ ମନ୍ କରୁ ନାଇ । ସର୍ଗେ ଅନି ଆଇବା ନୁଆ ଗାଗଡ୍ ଆମ୍କେ ମିଲ ବଲି ମନ୍ କଲୁନି । ସେନ୍ତାର୍ଆଲେ ମରନ୍କେ ସର୍ପି ଦେଇରଇବା ଏ ଗାଗଡର୍ ବାଦୁଲେ ସବୁଦିନର୍ ପାଇ ଜିବନ୍ ରଇବା ଗଟେକ୍ ଗାଗଡ୍ ମିଲାଇବୁ । 5 ମାତର୍ ପର୍ମେସର୍ ଆମର୍ପାଇଁ ଏ ସବୁ ବିସଇ ଜାଗାଇଦେଇ ସାରାଇଆଚେ । ଜେନ୍ତିକି ଆଇବା ଦିନ୍ମନ୍କେ ଏଟାସବୁ ଅଇସି । ଏଟା ସବୁ ସେ ପୁରାପୁରୁନ୍ କର୍ସି ବଲି ଆମ୍କେ ଚିନ୍ ଇସାବେ ସୁକଲ୍ ଆତ୍ମା ଦେଲାଆଚେ ।
6 ସେଟାର୍ ପାଇ ଆମେ ସବୁବେଲେ ସାଆସ୍ ଅଇକରି ଆଚୁ । ଏ ସାର୍ବା ଗାଗ୍ଡେ ଆମେ ରଉ ରଉ, ମାପ୍ରୁ ରଇବା ଗରେ ଅନି ଦୁରିକେ ବାସା ଅଇଆଚୁ ବଲି ଜାନିଆଚୁ । 7 ଏ ଜଗତେ ରଇବା ଆମର୍ ଜିବନ୍, ପର୍ମେସର୍ଟାନେ ବିସ୍ବାସ୍ କରି ରଇଲୁନି । କାଇକେବଇଲେ ଜନ୍ ଜାଗାଇ ଆମେ ବାସା ଅଇବାକେ ଗାଲୁନି, ସେ ଜାଗା ଏବେଜାକ ଆମେ ଦେକୁ ନାଇତା । 8 ଉଁ ଆମର୍ ବିସ୍ବାସ୍ ସବୁବେଲେ ଡାଁଟ୍ ଆଚେ । ଏ ସାରିଜିବା ଗାଗଡ୍ ଚାଡିକରି ମାପ୍ରୁର୍ ଗରେ ଜିବାକେ ବଲି ଆମେ ଜାନିଆଚୁ ।