4 ତାର୍ ବାଦୁଲେ ଆମେ ଜାଇଟା କଲେ ମିସା ପର୍ମେସରର୍ ସେବାକାରିଆ ଇସାବେ କଲୁନି । ଜେନ୍ତିକି, କିରିସ୍ଟର୍ ଲାଗି ଉଡାସୁନ୍ବା ଟାନେ, ଦୁକ୍ କସ୍ଟ ଟାନେ, ଆମେ ସାଆସ୍ ଅଇ ମୁର୍ଚିକରି ଆଚୁ । 5 ୬:୫ ପେରିତ୍ ୧୬:୨୩ଆମେ କର୍ଡା ମାଡ୍ କାଇ ବନ୍ଦି ଗରେ ରଇଆଚୁ, ମାନ୍ଦା ଲକର୍ଟାନେ ଅନି କେଦାଇଅଇଆଚୁ, ବେସି ଆବଡ୍ କାମ୍ କରି ଆଚୁ, ନ ସଇକରି ରଇଲୁଆଚୁ, ଦିନ୍ ଦିନ୍ ଦାରି ନ କାଇ ନ ପିଇ କରି ରଇଆଚୁ । 6 ଆମର୍ ସୁକଲ୍ କାମେ, ଆମର୍ ଗିଆନେ, ଆମର୍ ମୁର୍ଚି ରଇବାଟାନେ, ଆମର୍ ଦୟା ଦେକାଇବାଟାନେ, ସୁକଲ୍ଆତ୍ମାଟାନେ, ଆମର୍ ସତ୍ ଆଲାଦ୍ଟାନେ, ଆମେ ପର୍ମେସରର୍ ସେବା କାରିଆ ବଲିକରି ଜାନାଇ ଅଇଲୁନି । 7 ଆମେ ସିକାଇବା ବାକିଅ ସତ୍ ବାକିଅ । ଆରି ଆମର୍ ସଙ୍ଗ୍ ପର୍ମେସରର୍ ବପୁ ଆଚେ । ପର୍ମେସର୍ ଦେକ୍ବା ଇସାବେ, ଆମର୍ ଦରମ୍ ବଲାଇ ଅଇବାଟା ଗଟେକ୍ ଆତ୍ଆତିଆର୍ ପାରା । ଆମର୍ ସତ୍ରୁମନର୍ ବିରୁଦେ ଜୁଜ୍ବାକେ ଆରି ନିଜ୍କେ ରକିଆ ପାଇବାକେ, ସେଟା ବାଇଲୁନି । 8 କେବେ କେବେ ଆମ୍କେ ସନ୍ମାନ୍ ମିଲ୍ଲାନି । ମାତର୍ କେବେ କେବେ ତଲେ ପାକାଇଲାଇନି । କେବେ କେବେ ନିକ ଲକ୍ ବଲାଇଅଇଲୁନି । ମାତର୍ କେବେ କେବେ ଆମେ ନିନ୍ଦା ପାଇଲୁନି । 9 ଆମେ ମିଚୁଆ ବଲାଇଅଇଲୁନି । ମାତର୍ ସତ୍ କାତା କଇଲୁନି । ନାଜାନ୍ତେ ରଇଲେ ମିସା ସବୁଲକ୍ ଜାନି ଆଚତ୍ । ମଲା ସମାନ୍ ରଇଲୁ, ମାତର୍ ଆଜିକେ ଜାକ ବଁଚିଆଚୁ । ଡଣ୍ଡ୍ ପାଇଲୁ ମିସା ମରୁନାଇ । 10 ବେସି ଦୁକେ ରଇଲେ ମିସା ସାର୍ଦା ସଙ୍ଗ୍ ଆଚୁ । ଆମେ ଅର୍କିତ୍ ପାରା ଅଇରଇଲେ ମିସା, ବିନ୍ ଲକ୍ମନ୍କେ ସାଉକାର୍ କରାଇଆଚୁ । ଆମେ କାଇଟା ନ ରଇବା ଲକର୍ ପାରା ଆଚୁ, ମାତର୍ ସବୁଜାକ ଆମର୍ଟା ।