6 ତେବର୍ପାଇ ମୁଇ ମର୍ ଆତ୍, ତର୍ ମୁଣ୍ଡେ ସଙ୍ଗଇ ପାର୍ତନା କଲାବେଲେ, ଜନ୍ ଆତ୍ମାର୍ ଦାନ୍ ପର୍ମେସର୍ ତକେ ଦେଇରଇଲା, ସେଟା ବଁଚାଇକରି ସଙ୍ଗ ବଲି ଏତାଇଦେଲିନି । 7 କାଇକେବଇଲେ ଜନ୍ ଆତ୍ମା ପର୍ମେସର୍ ଆମ୍କେ ଦେଲାଆଚେ, ସେଟା ଆମ୍କେ ଡର୍ବାକେ ନ ଦେଏ । ତାର୍ ବାଦୁଲେ ଆତ୍ମାଇ ବପୁ ଦେଇସି, ବିନ୍ ଲକ୍ମନ୍କେ ଆଲାଦ୍ କର୍ବାକେ ସିକାଇସି ଆରି ନିଜ୍କେ ଜାଗରତ୍ ରଇବାକେ ସିକାଇସି ।