8 ମୁଇ ଜନ୍ ସୁବ୍କବର୍ ତକେ ଜାନାଇରଇଲି, ତେଇ ଜିସୁକିରିସ୍ଟକେ ଏତାଉଁ । ସେ ଦାଉଦର୍ କୁଟୁମେ ଜନମ୍ ଅଇଲା ଆରି ପର୍ମେସର୍ ତାକେ ମରନେଅନି ଉଟାଇଲା । 9 ସେ ସୁବ୍କବରର୍ ଲାଗି ମୁଇ ଦୁକ୍ କସ୍ଟ ଅଇ ଆଇଲିନି ଆରି ଗଟେକ୍ ଦସ୍ କଲା ଲକର୍ପାରା ବନ୍ଦିଗରେ ଆଚି । ମାତର୍ ପର୍ମେସରର୍ ବାକିଅ ବାନ୍ଦାଇଅଇ ରଏନାଇ ।
Publicidade