3 ଗଟେକ୍ ବେଲା ଆଇସି, ଜେଡେବେଲେ ସତ୍ ସିକିଆ ସୁନ୍ବାକେ ଲକ୍ମନ୍ ମନ୍ ନ କରତ୍ । ତାର୍ ବାଦୁଲେ ସେମନ୍ ଜନ୍ କାରାପ୍ ବିସଇ କର୍ବାକେ ମନ୍ କର୍ବାଇ, ସେଟା କର୍ତେରଇବାଇ । ବିନ୍ ବିନ୍ଟା ସିକାଉମନ୍କେ ଡାକିକରି, ତାକର୍ ଟାନେ ଜନ୍ ସାର୍ଦାର୍ ବିସଇ ସୁନ୍ବାକେ ମନ୍ କର୍ବାଇ, ସେନ୍ତାରି ଲକ୍ମନ୍କେ ଡାକିଆନ୍ବାଇ । 4 ସତ୍ ବିସଇ ଦିଆନ୍ ନ ଦେଇକରି କାତାନିମନ୍ ସୁନ୍ବାକେ ମନ୍ କର୍ବାଇ ।