3 କେ ମିସା ସେନ୍ତାରିକରି ତମ୍କେ ବୁଲ୍ ବାଟେ ନ ନେଅ । କାଇକେବଇଲେ ପର୍ତୁମ୍ ଦରମର୍ ପାଇ ବିରଦ୍ ଅଇସି । ତାର୍ପଚେ ବିନାସ୍ କରୁ ଜେ କି ପାପି ମୁନୁସ୍ ଆଇବା ଦର୍କାର୍ । ସେ ପାପି ମୁନୁସ୍ ନ ସାର୍ବା ମରନେ ଜାଇସି । 4 ସେ ଦୁରାଚାର୍ ମୁନୁସ୍ ଜନ୍ ସବୁ ବିସଇ ପର୍ମେସରର୍ ବଲି ଲକ୍ମନ୍ ପୁଜା କଲାଇନି, ସବୁର୍ଟାନେଅନି ସେ ନିଜେ ମୁକିଅ ବଲି କଇସି । ଜେନ୍ତି କି ପର୍ମେସରର୍ ମନ୍ଦିରେ ବସିକରି ମୁଇ ଆକା ପର୍ମେସର୍, ବଲି ଦେକାଇ ଅଇସି ।
Publicidade