17 ୧:୧୭ ପର୍କାସିତ ୨:୮;୨୨:୧୩ତାକେ ଦେକିକରି ମୁଇ ମଲାପାରା ଅଇକରି ତାର୍ ପାଦ୍ତଲେ ଅଦ୍ରି ଗାଲି । ତାର୍ ପଚେ ସେ ମର୍ ଉପ୍ରେ ତାର୍ ଉଜା ଆତ୍ ସଙ୍ଗଇ କରି କଇଲା, ଡର୍ନାଇ, ମୁଇସେ ଆରାମ୍ ମୁଇସେ ସେସ୍ । 18 ମୁଇସେ ଜିବନ୍ ରଇବା ଲକ୍ । କାଇକେବଇଲେ ମୁଇ ମରିରଇଲି ମିସା ଦେକା କାଲ୍ କାଲ୍ ଜୁଗ୍ ଜୁଗ୍ ବଁଚିକରି ଆଚି । ମର୍ ଆତେ ମରନର୍ ଆରି ପାତାଲର୍ କୁଚିକାଡି ଆଚେ । ମରିରଇବା ସବୁ ଲକ୍ମନର୍ ଉପ୍ରେ ଆରି ମଲାଲକ୍ମନ୍କେ କନ୍ତି ପାଟାଇବାର୍, ସେଟା ମର୍ ଅଦିକାର୍ଆଚେ ।
Publicidade