9 ୧୨:୯ ଲୁକ୍ ୧୦:୧୮ସେ ଅସୁର୍ ସାଁପ୍କେ ବାଇରେ ବେଟି ପିଙ୍ଗିଦେଲାଇ । ସେ ଅସୁର୍ସାଁପ୍ ଦିଆବଲ୍ ବଲି ଡାକ୍ବା ସାଁପ୍ ରଇଲା । ଜେ କି ଗୁଲାଇ ଜଗତ୍ ନାଡାଇରଇଲା । ତାର୍ ଦୁତ୍ମନ୍କେ ଆରି ତାକେ ମିସ୍ତେ ଦର୍ତନି ଉପ୍ରେ ପିଙ୍ଗିଦେଲାଇ ।
10 ତାର୍ପଚେ ସର୍ଗେ ଗଟେକ୍ ଜବର୍ ସବଦ୍ ଅଇବାଟା ମୁଇ ସୁନ୍ଲି । ସେ ସବଦ୍ କଲା "ଏବେ ଲକ୍ମନର୍ପାଇ ଅଇରଇବା ପର୍ମେସରର୍ ମୁକ୍ତି ସିଦ୍ ଅଇଲାଆଚେ । ରାଜା ଇସାବେ ତାର୍ ବପୁ ସେ ଦେକାଇଆଚେ । ତାର୍ ମସିଅ, ତାର୍ ଅଦିକାର୍ ଦେକାଇଲା ଆଚେ ।" କାଇକେବଇଲେ, ଜେ କି ପର୍ମେସରର୍ ମୁଆଟେ ଟିଆଅଇ ଆମର୍ ବାଇବଇନିମନ୍କେ ଦସ୍ ଦେଇତେରଇଲା, ତାକେ ସର୍ଗେଅନି ବାର୍କରାଇ ଦେଲାଆଚେ ।