11 ଏଦେ ଦେକା ! ତାର୍ପଚେ ଦର୍ତନି ଅନି ଆରିଗଟେକ୍ ପସୁ ବାରଇ ଆଇବାଟା ମୁଇ ଦେକ୍ଲି । ତାକେ ମେଣ୍ଡାପିଲାର୍ ସିଙ୍ଗ୍ପାରା ଦୁଇଟା ସିଙ୍ଗ୍ ରଇଲା ଆରି ଅସୁର୍ସାଁପ୍ ପାରା କାତା କଇତେରଇଲା । 12 ଆଗ୍ତୁର୍ ପସୁର୍ପାରା ତାକେ ମିସା ଅଦିକାର୍ ରଇଲା । ସେ ଅଦିକାର୍ ସଙ୍ଗ୍ ସେ ସେବା କର୍ତେରଇଲା । ଜଗତେ ଆରି ଜଗତେରଇବା ସବୁ ଲକ୍ମନ୍କେ, ଆଗ୍ତୁର୍ ପସୁକେ ଜୁଆର୍ କରା ବଲି ଡରାଇତେରଇଲା । ଏତ୍କି ବିତ୍ରେ ପର୍ତୁମ୍ ପସୁର୍ ଗାଉ ସୁକିଜାଇତେରଇଲା ।
13 ପଚର୍ ପସୁ ବଡ୍ ବଡ୍ କାବା ଅଇଜିବା କାମ୍ମନ୍ କଲା । ଦର୍ତନିଟାନେ ରଇବା ସବୁଲକ୍ ଦେକ୍ଲାପାରା ସର୍ଗେଅନି ଜଇ ବାର୍କରାଇତେରଇଲା । 14 ପର୍ତୁମ୍ ପସୁର୍ ମୁଆଟେ କେତେକ୍ କେତେକ୍ କାବାଅଇଜିବା କାମ୍ମନ୍ କର୍ବାକେ ତାକେ ଅଦିକାର୍ ରଇଲା । ସେ କାବା ଅଇଜିବା କାମ୍ମନର୍ ଲାଗି ଦର୍ତନିତେଇ ରଇବା ସବୁ ଲକ୍ମନ୍କେ ନାଡାଇଲା । ପର୍ତୁମର୍ ପସୁ ଜେ କି କାଣ୍ଡାସଙ୍ଗ୍ ମାରି ରଇଲେ ମିସା ଜିଇ ରଇଲା, ତାକେ ଡାକ୍ପୁଟାର୍ପାଇ ଗଟେକ୍ ମୁର୍ତି ତିଆର୍କରୁ ବଲି ସେ ଲକ୍ମନ୍କେ କଇଲା ।