2 ଆରି ସେ ସୁକଲ୍ ନଅର୍ ଦେକ୍ଲି । ସେଟା ରଇଲା ନୁଆ ଜିରୁସାଲେମ୍ । ସର୍ଗେଅନି, ପର୍ମେସର୍ଟାନେଅନି, ସେଟା ଉତ୍ରି ଆଇତେରଇଲା । ଗଟେକ୍ ଦାଙ୍ଗ୍ଡି ଦାଙ୍ଗ୍ଡାକେ ବେଟ୍ ଅଇବାକେ ଗାଲେ କେନ୍ତାଟା ପିନ୍ଦିରଇସି, ସେନ୍ତାରି ତିଆର୍ ପିଆର୍ ଅଇରଇଲା । 3 ବସ୍ବା ଜାଗାଇଅନି ଗଟେକ୍ ବଡ୍ ସବଦ୍ କାତାଅଇବାଟା ମୁଇ ସୁନ୍ଲି "ସାରାସାରି ବେଲେ ପର୍ମେସର୍ ମୁନୁସ୍ଜାତି ସଙ୍ଗ୍ ବାସା ଅଇବାକେ ଆଇଲାଆଚେ । ସେ ତାକର୍ ସଙ୍ଗ୍ ବାସା ଅଇସି । ଆରି ସେମନ୍ ତାର୍ ଲକ୍ ଅଇବାଇ । ପର୍ମେସର୍ ନିଜେ ତାକର୍ ସଙ୍ଗ୍ ରଇସି । ଆରି ସେ ତାକର୍ ପର୍ମେସର୍ ଅଇସି ।" 4 ସେ ତାକର୍ ଆଁସୁ ପୁଚିଦେଇସି । କେ ଆରି ନ ମରତ୍ । କାନ୍ଦାବୁବା, ଦୁକାସୁକା ନ ରଏ । ପୁର୍ନା ବିସଇ ଆରି ନ ଡିସେ ।
Publicidade
Publicidade