ସାର୍ଦି ମଣ୍ଡଲିକେ କବର୍
1 ସାର୍ଦି ମଣ୍ଡଲିକେ ଦେକାରକା କର୍ବା ଦୁତ୍କେ ଲେକା । ଏ କବର୍ ମୁଇ ପାଟାଇଲିନି । ପର୍ମେସରର୍ ସାତ୍ଟା ଆତ୍ମା ଆରି ସାତ୍ଟା ତାରା ମର୍ଲଗେ ଆଚେ । ତମର୍ ଚଲାଚଲ୍ତି ମୁଇ ଜାନି । ଲକ୍ମନ୍ ଦେକ୍ବା ଇସାବେ, ତମେ ଆତ୍ମାଇ ଜିବନ୍ ଆଚାସ୍ । ମାତର୍ ପର୍ମେସର୍ ଦେକ୍ବା ଇସାବେ ମରିଆଚାସ୍ । 2 ତେବର୍ପାଇ ସଇଲାତେଇଅନି ଉଟା । ତମର୍ ଦୁର୍ବଲ୍ ବିସ୍ବାସ୍ ଡାଟ୍ କରା । ନଇଲେ ସେଟା ପୁରାପୁରୁନ୍ ମରିଜାଇସି । କାଇକେବଇଲେ ମୁଇ ଜାନି ଜେ ପର୍ମେସର୍ ତମର୍ ଟାନେ ସାର୍ଦା ଅଇଲାପାରା ତମର୍ କାମ୍ ସିଦ୍ ଅଏନାଇ ।