11 ମୁଇ ଦାପ୍ରେ ଆଇଲିନି । ଜନ୍ ସତ୍ ସିକିଆ ତମେ ପାଇଆଚାସ୍, ସେଟା ମାନିକରି ରୁଆ । ଜେନ୍ତାରି କି ତମର୍ ଇନାମ୍ କେ ମିସା ଚରାଇନେଇ ନାପାରତ୍ । 12 ଜେ ଜିତ୍ସି, ମୁଇ ତାକେ ଆମର୍ ପର୍ମେସରର୍ ମନ୍ଦିରର୍ ମୁଲ୍ଡେଲି କର୍ବି । ଆରି ସେମନ୍ ତେଇଅନି କେବେ ମିସା ଚାଡି ନ ଜାଅତ୍ । ତାକର୍ ଉପ୍ରେ ମୁଇ, ମର୍ ପର୍ମେସରର୍ ନଅରର୍ ନାଉଁ ଆରି ନୁଆ ଜିରୁସାଲମର୍ ନାଉଁ ଲେକ୍ବି । ସେଟା ମର୍ ପର୍ମେସରର୍ ଟାନେଅନି ସର୍ଗେଅନି ଉତ୍ରି ଆଇସି । ତାକର୍ ଉପ୍ରେ ମିସା ମର୍ ନୁଆ ନାଉଁ ଲେକ୍ବି ।
Publicidade
Publicidade