7 ତାର୍ପଚେ ସେ ମେଣ୍ଡାପିଲା ଚାରି ଲମର୍ ସିଲ୍ ବାଙ୍ଗାଇଲା । ଆରି ଚାରି ଲମର୍ ଜିବନ୍ ରଇବା ପସୁ ମକେ " ଆଉ !" ବଲି କଇଲା । 8 ତେଇ ମୁଇ ଦେକ୍ଲି, ଏଦେ ଦେକା ! ଗଟେକ୍ ଚାରୁଆ ଗଡା ଡିସ୍ଲା । ଗଡା ଚାଲାଉ ଅଇଲାନି ମରନ୍ ଆରି ଡୁମାମନର୍ ରାଇଜ୍ । ସେ ପଚେ ପଚେ ଆଇତେରଇଲା । ସେମନ୍କେ ଏ ଜଗତର୍ ଚାରିବାଗେ ଅନି ଗଟେକ୍ ବାଗ୍ ଉପ୍ରେ ଅଦିକାର୍ ଦେଇତେରଇଲା । ତେଇ ଜୁଇଦର୍ ଲାଗି, ମର୍ଡିର୍ ଲାଗି, ରଗର୍ ଲାଗି ଆରି ଡଙ୍ଗରର୍ ପସୁର୍ ଲାଗି ମରାଇବାକେ ଅଦିକାର୍ ଦେଲା ।
Publicidade