୧୪,୪୦୦୦ ଇସ୍ରାଏଲର୍ ଲକ୍
1 ତାର୍ପଚେ ଦର୍ତନିର୍ ଚାରିଟା କନେ ଚାରିଟା ଦୁତ୍ ଟିଆଅଇରଇବାଟା ମୁଇ ଦେକ୍ଲି । ଜେନ୍ତାରିକି କାଇ ପବନ୍ ଦର୍ତନି କି ସମ୍ଦୁରେ କି କାଇ ଗଚ୍ ଉପ୍ରେ ନ ଆଇବାକେ ପବନ୍କେ ଦାରି ଅଟକାଇ ରଇଲା । 2 ପୁରୁବ୍ ଦିଗେଅନି ଆରି ଗଟେକ୍ ଜିବନ୍ ରଇବା ପର୍ମେସରର୍ ସିଲ୍ ସଙ୍ଗ୍ ଆଇବାଟା ମୁଇ ଦେକ୍ଲି । ସେ ଦୁତ୍ ସେ ଚାର୍ଟା ଦୁତ୍ମନ୍କେ ଆଉଲି ଅଇ ଡାକି କଇଲା । ପର୍ମେସର୍ ସେମନ୍କେ ଦର୍ତନି ଆରି ସମ୍ଦୁର୍ ବିନାସ୍ କର୍ବାକେ ବପୁ ଦେଇରଇଲା । 3 ସେ ଦୁତ୍ କଇଲା ଆମର୍ ପର୍ମେସର୍କେ ସେବା କର୍ବା ଲକ୍ମନର୍ କାପାଲେ ଚିନ୍ ନ ଦେବା ଜାକ ଦର୍ତନିକେ କି ସମ୍ଦୁର୍କେ କି ଗଚ୍କେ ବିନାସ୍ ନ କରା । 4 ସେମନ୍ ସେ ଲକ୍ମନ୍କେ ଚିନ୍ କରି ସାରାଇଲା ପଚେ, ସଏ ଚାଲିସ୍ ଚାରି ଅଜାର୍ ଲକ୍ମନ୍କେ ଚିନ୍ ଦେଲୁ ବଲି ମକେ କଇଲା । ସେମନ୍ ଇସ୍ରାଏଲର୍ ବାର୍ଟା ବଁସେଅନି ରଇଲାଇ । 5 ଜିଉଦା ବଁସେଅନି ବାରଅଜାର୍ । ସେନ୍ତାରିସେ ରୁବେନ୍ଅନି, ଗାଦ୍ ନାଉଁର୍ ଜାଗାଇଅନି ବାର ଅଜାର୍ । 6 ଆସ୍ରେଅନି, ନାପ୍ତାଲିଅନି, ମାନାସେଅନି, ବାରଅଜାର୍ । 7 ସିମିୟନ୍ଅନି, ଲବିଅନି, ଇସାକର୍ ତେଇଅନି ବାରଅଜାର୍ । 8 ସବ୍ଲୁନେଅନି, ଜସେପେଅନି, ବନିୟମେଅନି, ବାରଅଜାର୍ ଲାକା ଚିନ୍ କଲାଇ ।