5 ପିତର୍ ବନ୍ଦିଗରେ ରଇଲାବେଲେ ଜିରୁସାଲେମେ ରଇବା ମଣ୍ଡଲିର୍ ବିସ୍ବାସିମନ୍ ଗଟେକ୍ ଅଇକରି ତାର୍ପାଇ ପର୍ମେସର୍କେ ପାର୍ତନା କର୍ତେରଇଲାଇ ।
ପିତର୍ ବନ୍ଦିଗରେ ଅନି ମୁକଲ୍ବାଟା
6 ଜନ୍ ଦିନେ ଏରଦ୍ ପିତର୍କେ ଲକ୍ମନର୍ ମୁଆଟେ ଆନ୍ବାକେ କାତା ଦେଇରଇଲା, ତାର୍ ଆଗ୍ତୁର୍ ରାତି ପିତର୍ ବନ୍ଦିଗରେ ଦୁଇଟା ଜାଗୁଆଲ୍ମନର୍ ମଜାଇ ସଇରଇଲା । ତାକେ ସନିଅମନର୍ ମିସ୍ତେ ଦୁଇଟା ଆତେ ଦୁଇଟା ସିକ୍ଲି ସଙ୍ଗ୍ ବାନ୍ଦିରଇଲାଇ । ଆରି ଜାଗୁଆଲ୍ମନ୍ ବନ୍ଦିଗରର୍ ଦୁଆରେ ଜାଗିରଇଲାଇ । 7 ସେ ଦାପ୍ରେ, ଏଦେ ଦେକା ! ମାପ୍ରୁର୍ ଗଟେକ୍ ଦୁତ୍ ଆସି ପିତରର୍ ମୁଆଟେ ଟିଆଅଇଲା ଆରି ଗୁଲାଇ ବାକ୍ରା ଉଜଲ୍ ଅଇଗାଲା । ସରଗର୍ ଦୁତ୍ ପିତର୍କେ କନ୍ଦେ ଦାରି ଚୁଲ୍ବୁଲାଇଲା ଆରି ସଇଲାଟାନେଅନି ଉଟାଇକରି କଇଲା "ଦାପ୍ରେ ଉଟ୍ !" ଉଟ୍ଲା ଦାପ୍ରେ ବାନ୍ଦି ଅଇରଇଲା ସିକ୍ଲି କୁସ୍ଲିଗାଲା । 8 ତାର୍ପଚେ ଦୁତ୍ କଇଲା, "ଆଁଟାଇ ତୁଆଲ୍ ବାନ୍ଦିଅ ଆରି ପାଣ୍ଡଇ ପିନ୍ଦ୍ ।" ପିତର୍ ସେନ୍ତି କଲା ପଚେ ଦୁତ୍ କଇଲା, "ଚାଦର୍ ଡାବିଅଇକରି ମର୍ ସଙ୍ଗ୍ ଆଉ ।" 9 ପିତର୍ ଦୁତର୍ ପଚେ ପଚେ ବନ୍ଦିଗରେ ଅନି ବାରଇ ଆଇଲା । ଦୁତ୍ ଜନ୍ଟା କର୍ତେରଇଲା, ସେଟା ସତ୍ କି ନଏଁ ବଲି ଜାନି ନାପାର୍ତେରଇଲା । "ଏଟା ଗଟେକ୍ ଦର୍ସନ୍ ଦେକ୍ଲିନି ।" ବଲି ବାବ୍ତେରଇଲା । 10 ସେମନ୍ ଜାଗୁଆଲ୍ମନ୍ ରଇବା ଦୁଇଟା ଜାଗା ଜିତିକରି ପଚେ ନଅରେ ପୁର୍ବା ଲୁଆ କାପାଟ୍ ରଇବା ଲଗେ ଆଇଲାଇ । ତାକର୍ପାଇ ଲୁଆ କାପାଟ୍ ତାର୍ମନ୍କେସେ ଉଗାଡିଅଇଗାଲା ଆରି ସେମନ୍ ବାରଇ ଉଟିଆଇଲାଇ । ସେମନ୍ ବାଟେ ଇଣ୍ଡୁ ଇଣ୍ଡୁ ଅଟାତ୍ ସରଗର୍ ଦୁତ୍ ପିତର୍କେ ଚାଡି ମାୟା ଅଇଗାଲା ।
11 ତାର୍ପଚେ ଜାଇଟା ଗଟିରଇଲା, ସେଡ୍କିବେଲେ ତାକେ କାଇଟା ଅଇରଇଲା, ସେଟା ପିତର୍ ଜାନିପାରି କଇଲା, "ଏଟା ସତ୍ ବଲି ମୁଇ ଜାନିଆଚି । ଏରଦର୍ ଟାନେଅନି ଆରି ଜିଉଦି ଲକ୍ମନ୍ ଜାଇଟା ଗଟ୍ସି ବଲି ଆସା କରିରଇଲାଇ, ତେଇଅନି ମକେ ରକିଆ କର୍ବାକେ ମାପ୍ରୁ ସରଗର୍ ଦୁତ୍କେ ପାଟାଇରଇଲା ।"
12 ନିଜର୍ ବିସଇ ଜାନିକରି ସେ ଜଅନ୍ ମାର୍କର୍ ଆୟା ମରିୟମର୍ ଗରେ ଗାଲା । ତେଇ ବେସି ବିସ୍ବାସିମନ୍ ରୁଣ୍ଡିକରି ପିତରର୍ ପାଇ ପାର୍ତନା କର୍ତେ ରଇଲାଇ ।