14 ସେମନର୍ ବିତ୍ରେଅନି ତୁୟଟିରା ଗଡର୍ ଲୁଦିଆ ନାଉଁର୍ ଗଟେକ୍ ମାଇଜି, ଆମର୍ କାତା ସୁନ୍ତେରଇଲା । ସେ ବେସି ଦାମ୍ ଅଇବା ଜାମ୍କଲିଆ ରଙ୍ଗର୍ ଲୁଗା ବିକ୍ତେରଇଲା । ସେ ପରମେସର୍କେ ପାର୍ତନା କର୍ବା, ଜିଉଦି ନ ଅଇଲା ଲକ୍ । ପାଉଲ୍ ମାପ୍ରୁର୍ କାତା କଇଲାବେଲେ ସେଟା ନାମ୍ବାକେ ମାପ୍ରୁ ତାର୍ ମନ୍ ଉଗାଡିଦେଲା । 15 ବିସ୍ବାସ୍ କଲାପଚେ, ସେ ଆରି ତାର୍ କୁଟୁମର୍ ଲକ୍ ଡୁବନ୍ ନେଲାଇ । ତାର୍ ପଚେ ସେ ଆମ୍କେ ଡାକିକରି କଇଲା, "ଜଦି ସତଇସେ ମୁଇ ମାପ୍ରୁକେ ବିସ୍ବାସ୍ କଲିନି ବଲି ତମେ ବାବ୍ଲାସ୍ନି, ତେବେ ଆସି ମର୍ ଗରେ ରୁଆ ।" ସେ ଏନ୍ତି କଇ ଆମ୍କେ ତାର୍ ଗରେ ଜିବାକେ ସୁତ୍ରାଇଲା ।