25 ପାଉଲ୍ ଆରି ସିଲା ମଜା ରାତି ବେଲାଇ ପର୍ମେସର୍କେ ପାର୍ତନା କରି ଗିତ୍ ଗାଇତେ ରଇଲାଇ । ବନ୍ଦି ଗରେ ରଇବା ବିନ୍ଲକ୍ମନ୍ ସେଟା ସବୁ ସୁନ୍ତେ ରଇଲାଇ । 26 ସେଡ୍କିବେଲେ, ଅଟାତ୍ ବେସି ଦର୍ତନି ଚୁଲ୍ବୁଲ୍ଲା ଆରି ବନ୍ଦି ଗରର୍ ପାକାଇଲା କୁନାଦି ପାକ୍ନା ଆଲିଗାଲା, ସେ ଦାପ୍ରେ କାପାଟ୍ମନ୍ ଉଗାଡି ଅଇଗାଲା ଆରି ସବୁ ବନ୍ଦିମନର୍ ସିକ୍ଲି କୁସ୍ଲି ଗାଲା ।
Publicidade