17 ସେଟା କାଇଟା ବଇଲେ ପର୍ମେସର୍ କଇଲାନି,
"ସାରାସାରି ଦିନେ ମୁଇ ଏ ସବୁ ବିସଇ କର୍ବି ।
ମର୍ ଆତ୍ମା ଜବର୍ ଅଇତେ ସବୁବାଟର୍ ଲକ୍କେ ଦେବି ।
ତମର୍ ପିଲାଜିଲା ମୁଇ କଇବା କାତା କଇବାଇ ।
ତମର୍ ଦାଙ୍ଗ୍ଡାପିଲାମନ୍କେ ମୁଇ ଦର୍ସନ୍ ଦେକାଇବି ।
ଆରି ଡକ୍ରା ଲକ୍ମନ୍ ମର୍ ବିସଇନେଇ ସପନ୍ ଦେକ୍ବାଇ ।
18 ସେ ଦିନ୍ମନ୍କେ ମର୍ ଆତ୍ମା ଜବର୍ ଅଇତେ ମର୍ ଦାଙ୍ଗ୍ଡା ଅଇରଇବା ମାଇଜିମୁନୁସ୍ମନ୍କେ ଆଜାଡି ଦେବି ।
ସେମନ୍ ମୁଇ କଇବା କାତା କଇବାଇ ।
19 ଆକାସେ କାବା ଅଇଜିବା କାମ୍ କର୍ବି ।
ଦର୍ତନି ତେଇ ମିସା କାବାଅଇଜିବା ଚିନ୍ମନ୍ କର୍ବି ।
ଲକ୍ମନ୍ ବନି, ଜଇ ଆରି କାଲିଆ ଦୁଆଁ ଦେକ୍ବାଇ ।
20 ବେଲ୍କେ ଆନ୍ଦାର୍ ଡିସ୍ଲା ପାରା କରାଇବି,
ଜନ୍, ବନି ପାରା ଡିସ୍ବାକେ କରାଇବି ।
ମୁଇ ବାଉଡି ଆଇବା ସେ ବଡ୍ ଉଜଲର୍ ଦିନ୍ ଆଗ୍ତୁ, ଏଟାସବୁ ଅଇସି ।
21 ଜେତ୍କି ଲକ୍ ମର୍ ନାଉଁ ଦାରି ଡାକ୍ବାଇ,
ସେମନ୍କେ ମୁଇ ରକିଆ କର୍ବି ।"