41 ତେଇ ପିତରର୍ କାତା ସୁନି ବେସି ଲକ୍ ବିସ୍ବାସ୍ କଲାଇ । ଆରି ସିସ୍ମନ୍ ସେମନ୍କେ ଡୁବନ୍ ଦେଲାଇ । ସେ ଦିନେ ତିନ୍ଅଜାର୍ ଲକ୍ମନ୍ ତାକର୍ ଦଲେ ମିସ୍ଲାଇ । 42 ସେମନ୍ ପେରିତ୍ମନ୍ ସିକାଇଲା ବିସଇ ମାନ୍ଲାଇ । ମିସିବିଡି ରଇବାକେ, ମିସିକରି କାଇବାକେ, ଆରି ପାର୍ତନା କର୍ବାକେ ।
43 ଆରି ଲକ୍ମନ୍ ଡରିଜାଇତେରଇଲାଇ । ପର୍ମେସର୍ ପେରିତ୍ମନର୍ ତେଇଅନି ବେସି କାବାଅଇଜିବା କାମ୍ମନ୍ କର୍ତେ ରଇଲା । ସବୁ ଲକ୍ମନ୍ ପରମେସର୍କେ ନାମ୍ଲାଇ । 44 ଜିସୁକେ ବିସ୍ବାସ୍ କଲା ଲକ୍ମନ୍ ଗଟେକ୍ ଗରର୍ ଲକ୍ପାରାଅଇ ରଇତେ ରଇଲାଇ । ଆରି ତାକର୍ତେଇ କାଇକାଇଟା ରଇଲା, ସେଟା ସେମନ୍ ବାଟା କର୍ତେରଇଲାଇ । 45 ତାକର୍ ବିତ୍ରେ କେତେଲକ୍ ଜମି ଆରି ନିଜର୍ପାଇ ରଇବାଟା ବିକିକରି, ସେ ଡାବୁ ଦର୍କାର୍ ଅଇଲା ଲକ୍ମନ୍କେ ଦେଇତେରଇଲାଇ । 46 ସବୁଦିନ୍ ପାର୍ତନା କର୍ବା ମନ୍ଦିରେ ଗଟେକ୍ ଦଲ୍ଅଇ ମିସ୍ତେରଇଲାଇ । ଗରେ ଗରେ ମିସିବିଡି କାଇତେରଇଲାଇ । ସାର୍ଦାସଙ୍ଗ୍ ରଇକରି, ମନେ କାଇଟା ନ ବାବି ଦିଆନିଆ ଅଇତେରଇଲାଇ । 47 ସେମନ୍ ପର୍ମେସର୍କେ ଡାକ୍ପୁଟା କର୍ତେରଇଲାଇ ଆରି ଜିରୁସାଲେମର୍ ସବୁଲକ୍ ସେମନ୍କେ ନିକ ବଲି ବାବ୍ତେରଇଲାଇ । ମାପ୍ରୁ ଜନ୍ ଲକ୍ମନ୍କେ ମୁକ୍ତି କର୍ତେରଇଲା, ଦିନ୍କେ ଦିନ୍ ସେମନର୍ ଦଲେ ମିସାଇତେରଇଲା ।